Home ଓଡ଼ିଶା ଭିଡିଓ ବାର୍ତ୍ତା ଜରିଆରେ ଜିଲାପାଳଙ୍କ ନିବେଦନ – ସ୍ୱାବ ପରୀକ୍ଷା ପାଇଁ ଆଗେଇ ଆସନ୍ତୁ

ଭିଡିଓ ବାର୍ତ୍ତା ଜରିଆରେ ଜିଲାପାଳଙ୍କ ନିବେଦନ – ସ୍ୱାବ ପରୀକ୍ଷା ପାଇଁ ଆଗେଇ ଆସନ୍ତୁ

76

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲାପାଳ ଡଃ ଜ୍ଞାନ ଦାସ ଏକ ଭିଡିଓ ବାର୍ତ୍ତା ଜାରି କରି ଜିଲାର କରୋନା ସ୍ଥିତି ବାବଦରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଟେଷ୍ଟ ପାଇଁ ନିଜଆଡୁ ଆଗ୍ରହୀ ହେବାକୁ ପରାମର୍ଶ ଦେଇଛନ୍ତି। ଜିଲାପାଳ ଡ-ଦାସ କହିଛନ୍ତି ଯେ, ଜିଲାରେ ଅଧିକ ସ୍ୱାବ ପରୀକ୍ଷା କରାଯାଉଥିବାରୁ ସମାନୁପତିକ ଭାବେ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଜିଲାରେ ସ୍ୱାବ ଟେଷ୍ଟ ସଂଖ୍ୟା ବଢାଇ ଦିଆଯାଇଛି। ଆଜି ଦିନକରେ ପାଖାପାଖି ୧୫୦୦ ସ୍ୱାବ ପରୀକ୍ଷଣ କରାଯାଇଛି। ଆହୁରି ଅଧିକ ପରୀକ୍ଷଣ ଲାଗି ପଂଚାୟତସ୍ତରରେ ଭ୍ରାମ୍ୟମାଣ ଟିମ ପଠାଯାଉଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ମଧ୍ୟ ଟେଷ୍ଟ କରାଯିବାର ବ୍ୟବସ୍ଥା ହୋଇଛି। ଯେଉଁମାନଙ୍କୁ ଥଣ୍ଡା, କାଶ, ଜ୍ୱର ଅଥବା ଅନ୍ୟ ଲକ୍ଷଣ ରହିଛି ସେମାନେ ନିଜଆଡୁ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ ବୋଲି କହିଛନ୍ତି ଜିଲାପାଳ ଡ-ଦାସ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକପ୍ରକାର ସ୍ଥାୟୀ ‘ଟେଷ୍ଟିଂ ସେଂଟର’ ବ୍ୟବସ୍ଥା ହୋଇଛି। ଯେକୌଣସି ଲୋକ ଯେଉଁ ସମୟରେ ଆସିଲେ ସ୍ୱାବ ପରୀକ୍ଷା ପାଇଁ ଦାବି କରିପାରିବେ। ଅଧଘଂଟା ମଧ୍ୟରେ ଫଳ ମଧ୍ୟ ପାଇପାରିବେ ବୋଲି କହିଛନ୍ତି ଜିଲାପାଳ ଡଃ ଦାସ। ପୁଣି ଯେଉଁମାନେ ପଜିଟିଭ ଚିହ୍ନଟ ହେବେ ସେମାନଙ୍କୁ କୋଭିଡ କେୟାର ସେଂଟର ବଦଳରେ ନିଜ ଘରେ ରହିବାର (ହୋମ ଆଇସୋଲେସନ) ରହିବାର ବ୍ୟବସ୍ଥା ମଧ୍ୟ ରହିଥିବାରୁ ଲକ୍ଷଣ ଥିବା ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଯେକେହି ସ୍ୱାବ ପରୀକ୍ଷା ପାଇଁ ଆଗେଇ ଆସନ୍ତୁ ବୋଲି ଜିଲାପାଳ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.