Home Coronavirus Outbreak କରୋନା ଚିକିତ୍ସା ପାଇଁ ରେମ୍ଡିସିଭିର

କରୋନା ଚିକିତ୍ସା ପାଇଁ ରେମ୍ଡିସିଭିର

413

ନୂଆ ଦିଲ୍ଲୀ ୧୪- ୬ (ଓଡ଼ିଆ ପୁଅ) କୋଭିଡ-19 ଚିକିତ୍ସା ପାଇଁ ରେମ୍ଡିସିଭିର ଔଷଧର ପ୍ରୟୋଗ ଓ ଏହାର ଉପଲବ୍ଧତା ନେଇ ଗଣମାଧ୍ୟମରେ କେତେକ ଖବର ପ୍ରକାଶ ପାଇଛି।

କୋଭିଡ-19 ଚିକିତ୍ସା ନିମନ୍ତେ ଗତକାଲି (13.06.2020) କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କେତେକ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି। ସେଥିରେ ରେମ୍ଡିସିଭିର ଔଷଧକୁ ଅନୁସନ୍ଧାନମୂଳକ ଥେରାପି ଭାବେ ଅତ୍ୟନ୍ତ ଜରୁରି ପରିସ୍ଥିତିରେ ବ୍ୟବହାର କରିବାକୁ ଓ ଟୋସିଲିଯୁମେଭ ଏବଂ ପ୍ଲାଜମା ଚିକିତ୍ସା ସମ୍ପର୍କରେ ମଧ୍ୟ କୁହାଯାଇଛି। ତେବେ ଏଥିପାଇଁ ପ୍ରକାଶିତ ନିୟମାବଳୀରେ ଏ ସମସ୍ତ ଥେରାପିର ପ୍ରୟୋଗ ସୀମିତ ଭାବେ କରିବା ପାଇଁ କୁହାଯାଇଛି। କମ ଲକ୍ଷଣ ଥାଇ ଅମ୍ଳଜାନ ସହାୟତାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଇଁ ଅତି ଦରକାର ହେଲେ ରେମ୍ଡିସିଭିର ଔଷଧ ପ୍ରୟୋଗ କରିବା ପାଇଁ କୁହାଯାଇଛି।

ଏହି ଔଷଧକୁ ଏପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ୟୁଏସଏଫଡିଏ) ଅନୁମୋଦନ କରିନାହିଁ। ମାତ୍ର ଭାରତରେ ଏହାକୁ ଅତି ଜରୁରି ପରିସ୍ଥିତିରେ ଉପଯୋଗ କରିବାକୁ ଅନୁମତି ଦିଆଯାଇଛି।

କୋଭିଡ-19ର ବୟସ୍କ ଓ ପିଲାମାନଙ୍କ ଚିକିତ୍ସା ପାଇଁ ଜରୁରିକାଳୀନ ଔଷଧର ବ୍ୟବହାର କେତେକ ପରିସ୍ଥିତିରେ କରିବା ପାଇଁ କୁହାଯାଇଛି। ଏଥିପାଇଁ ପ୍ରତ୍ୟେକ ରୋଗୀର ଲିଖିତ ସମ୍ମତି, ପର୍ଯ୍ୟବେକ୍ଷଣ ତଥ୍ୟ ଇତ୍ୟାଦି ଆବଶ୍ୟକ। ବାହାରୁ ଅଣାଯାଇଥିବା ପ୍ରଥମ ତିନୋଟି ଔଷଧ ନମୁନାକୁ ପରୀକ୍ଷା କରାଯାଇ ତାହାର ବିବରଣୀ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସସିଓ)କୁ ତଦନ୍ତ ପାଇଁ ପଠାଯିବା ଆବଶ୍ୟକ।

ଗିଲେଡ କମ୍ପାନୀ ରେମ୍ଡିସିଭିର ଔଷଧ ବାହାରୁ ଆମଦାନୀ କରି ବଜାରକୁ ଛାଡିବା ପାଇଁ ଗତ ମାସ 29 ତାରିଖ ଦିନ ଭାରତୀୟ ଔଷଧ ନିୟନ୍ତ୍ରକ ସଂସ୍ଥାକୁ ଅନୁମତି ମାଗିଛି। ଜୁନ ପହିଲାଠାରୁ ରୋଗୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଜରୁରିକାଳୀନ ପରିସ୍ଥିତିରେ ଏହି ଔଷଧର ପ୍ରୟୋଗ ପାଇଁ ଅନୁମତି ପ୍ରଦାନ କରାଯାଇଛି।

6ଟି ଭାରତୀୟ କମ୍ପାନୀ ଯଥା – ହେଟେରୋ, ସିପ୍ଲା, ବିଡିଆର, ଜୁବିଲାଣ୍ଟ, ମାଇଲାଣ୍ଟ ଏବଂ ଡଃ ରେଡ୍ଡୀ ଲାବୋରୋଟୋରୀ ଏହି ଔଷଧ ପ୍ରସ୍ତୁତ କରି ଭାରତୀୟ ବଜାରକୁ ଛାଡିବା ପାଇଁ ଅନୁମତି ଦେବାକୁ ସିଡିଏସସିଓକୁ ଆବେଦନ କରିଛନ୍ତି। ଏଥିରୁ 5ଟି କମ୍ପାନୀ ଗିଲେଡ ସହିତ ମଧ୍ୟ ରାଜିନାମା କରିଛନ୍ତି। ଏହି ଆବେଦନଗୁଡିକ ସିଡିଏସସିଓ ଦ୍ଵାରା ବିଚାର କରାଯାଉଛି। ଏହି କମ୍ପାନୀଗୁଡ଼ିକ ବିଭିନ୍ନ ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରୁଛନ୍ତି। ଏହା ଏକ ଇଞ୍ଜେକ୍ସନ ହୋଇଥିବାରୁ ଏହାର ବୀଜାଣୁଗତ ସଂକ୍ରମଣ ଜନିତ ସମସ୍ୟା, ଶୁଦ୍ଧତା, ରୋଗୀ ନିରାପତ୍ତା ସମ୍ପର୍କିତ ସମସ୍ତ ତଥ୍ୟ କମ୍ପାନୀଗୁଡ଼ିକୁ ଦେବାକୁ ପଡିବ। ସିଡିଏସସିଓ ଏହି ତଥ୍ୟଗୁଡିକ ପାଇବା ପରେ କମ୍ପାନୀଗୁଡ଼ିକୁ କି ପ୍ରକାରର ସୁବିଧା ଦିଆଯିବ ତାହାର ବିଚାର କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.