Home ଓଡ଼ିଶା ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ନ ଆତ୍ମହତ୍ୟା ସନ୍ଦେହ ଘେରରେ

ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ନ ଆତ୍ମହତ୍ୟା ସନ୍ଦେହ ଘେରରେ

443

ବଲାଙ୍ଗିର, ୧୪-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ପଞ୍ଚାୟତର ଜଏରପଡା ଗ୍ରାମର ନୂଆମୁଡା ପୋଖରୀ ନିକଟର ଏକ ପଲାଶ ଗଛରେ ଜଣେ ବ୍ୟକ୍ତିଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି।ପୁଲିସ ସୂଚନା ଅନୁଯାୟୀ, ଜଏରପଡା ଗ୍ରାମର ଗୋବିନ୍ଦ ପୁଟେଲ(୪୫) ଗତ ଶନିବାର ସକାଳ ଭୋର ସମୟରେ ଶୌଚ ପାଇଁ ଯାଇଥିବା ବେଳେ ସେତେବେଳ ଠାରୁ ଘରକୁ ଫେରିନଥିବା ପରିବାର ଲୋକେ କହିଛନ୍ତି। ଖୋଜା ଖୋଜି ପରେ ମଧ୍ୟ ତାଙ୍କର ଖୋଜ ଖବର ପାଇନଥିବା ବେଳେ ଅପରାହ୍ନ ସମୟରେ ଗ୍ରାମର କେତେକ ଲୋକ ଚାଷ କାର୍ଯ୍ୟ ପାଇଁ ଯାଇଥିବା ବେଳେ ଗଛରେ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ପୁଅ ଇନ୍ଦ୍ର ପୁଟେଲକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ। ପଲାଶ ଗଛରେ ମୃତକ ଏକ ଦଉଡିରେ ଝୁଲନ୍ତା ଅବସ୍ଥାରେ ଝୁଲିରହିଥିବା ବେଳେ ଭୂଇଁ ଉପରେ ଗୋଡ ତଳେ ଲାଗିରହିଥିଲା। ବଙ୍ଗୋମୁଣ୍ଡା ପୁଲିସ ଘଟଣା ସ୍ଥଳ କୁ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଆଜି କଣ୍ଟାବାଞ୍ଜି ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି। ଆଜି ପରିବାର ଲୋକଙ୍କୁ ପୋଲିସ ଶବ ବ୍ୟବଚ୍ଛେଦ କରି ହସ୍ତାନ୍ତର କରିଥିଲେ। ଏହା ଏକ ହତ୍ୟା ନା ଆତ୍ମହତ୍ୟା ଘଟଣା ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବଙ୍ଗୋମୁଣ୍ଡା ଥାନାଅଧିକାରୀ ପଞ୍ଚାନନ ନାଏକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.