Home Coronavirus Outbreak କୋଭିଡ-୧୯ ଆରୋଗ୍ୟ ହାର ୫୯.୪୩ ପ୍ରତିଶତକୁ ବୃଦ୍ଧି – ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ଆକ୍ରାନ୍ତଙ୍କ ଠାରୁ...

କୋଭିଡ-୧୯ ଆରୋଗ୍ୟ ହାର ୫୯.୪୩ ପ୍ରତିଶତକୁ ବୃଦ୍ଧି – ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ଆକ୍ରାନ୍ତଙ୍କ ଠାରୁ ୧.୩୦ ଲକ୍ଷ ଅଧିକ

120

ନୂଆ ଦିଲ୍ଲୀ ୧-୭ (ଓଡ଼ିଆ ପୁଅ) କୋଭିଡ-୧୯ର ପ୍ରତିରୋଧ, ଧାରଣ ଏବଂ ପରିଚାଳନା ପାଇଁ ଭାରତ ସରକାରଙ୍କ ଦ୍ଵାରା ନିଆଯାଇଥିବା ସମନ୍ୱିତ ପଦକ୍ଷେପଗୁଡିକର ଫଳାଫଳ ଅନୁଯାୟୀ, ଆଜିସୁଦ୍ଧା ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ ୧, ୨୭, ୮୬୪ ଅଧିକ ରହିଛି। ଏହାଦ୍ୱାରା ଆରୋଗ୍ୟ ହାର ୫୯-୪୩ ପ୍ରତିଶତକୁ ବୃଦ୍ଧି ପାଇଛି | ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୩, ୧୫୭ କରୋନା ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି, ଯାହା ଦେଶର ସମୁଦାୟ ଆରୋଗ୍ୟ ସଂଖ୍ୟାକୁ ୩, ୪୭, ୯୭୮ରେ ପହଞ୍ଚାଇଛି।

ବର୍ତ୍ତମାନ ଦେଶରେ ଥିବା ସମସ୍ତ ୨, ୨୦, ୧୧୪ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି।

ଦେଶରେ ପରୀକ୍ଷାଗାର ଆହୁରି ମଜବୁତ ହୋଇଛି। ବର୍ତ୍ତମାନ ଦେଶରେ ମୋଟ ୧୦୫୬ଟି ପରୀକ୍ଷାଗାର ରହିଛି, ଯାହାମଧ୍ୟରୁ ସରକାରୀ କ୍ଷେତ୍ରରେ ୭୬୪ଟି ଥିବାବେଳେ ବେସରକାରୀ କ୍ଷେତ୍ରରେ ୨୯୨ଟି ପରୀକ୍ଷାଗାର ରହିଛି।

• Real-Time RT PCR based testing labs: 576 (Govt: 365 + Private: 211)
• TrueNat based testing labs: 394 (Govt: 367 + Private: 27)
• CBNAAT based testing labs: 86 (Govt: 32 + Private: 54)

ନମୁନା ପରୀକ୍ଷାରେ ସ୍ଥିର ବୃଦ୍ଧି ଘଟିଛି; ବିଗତ ୨୪ ଘଣ୍ଟା ମଧ୍ୟରେ ୨, ୧୭, ୯୩୧ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଆଜିସୁଦ୍ଧା ସମୁଦାୟ ୮୮, ୨୬, ୫୮୫ଟି ନମୁନା ପରୀକ୍ଷା କରାଯାଇସାରିଲାଣି।

କୋଭିଡ-୧୯ ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA।

ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ [email protected] ଏବଂ [email protected] ଏବଂ @CovidIndiaSeva କୁ ପଠାଇ ପାରିବେ।

କୋଭିଡ-୧୯ ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + ୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-୧୯ ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ।
https://www.mohfw.gov.in/pdf/coronvavirushelplinenumber.pdf

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.