Home Coronavirus Outbreak ଅହମ୍ମଦାବାଦ ପରେ ଆସନ୍ତାକାଲିଠାରୁ ଏହି ତିନୋଟି ସହରରେ ରାତ୍ରୀ କର୍ଫ୍ୟୁ ଲାଗୁ

ଅହମ୍ମଦାବାଦ ପରେ ଆସନ୍ତାକାଲିଠାରୁ ଏହି ତିନୋଟି ସହରରେ ରାତ୍ରୀ କର୍ଫ୍ୟୁ ଲାଗୁ

123

ନୂଆ ଦିଲ୍ଲୀ ନଭେମ୍ବର ୨୦ (ଓଡ଼ିଆ ପୁଅ) ଅହମ୍ମଦାବାଦ ପରେ ବର୍ତ୍ତମାନ ଗୁଜୁରାଟ ସରକାର ରାଜକୋଟ, ସୁରାଟ ଏବଂ ଭଦୋଦରା ଠାରେ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କର୍ଫ୍ୟୁ ସମୟ ରାତ୍ରୀ ୯ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଜାରି ରହିବ। କରୋନା ଭାଇରସ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗୁଜୁରାଟର ଡେପୁଟି ସିଏମ୍ ନିତିନ ପଟେଲଙ୍କ ଅନୁଯାୟୀ ଆସନ୍ତାକାଲି ଶନିବାର ଠାରୁ ଏହି କର୍ଫ୍ୟୁ ଲାଗୁ ହେବ।

ରାଜ୍ୟରେ କୋରନା ଜୀବାଣୁ ବିସ୍ତାର ହେତୁ ସରକାର ଆକ୍ସନ୍ ମୋଡରେ ଦେଖାଯାଉଛନ୍ତି। ଗତ କିଛି ଦିନ ମଧ୍ୟରେ ଗୁଜୁରାଟ ସରକାର ମହାମାରୀ ସମ୍ବନ୍ଧରେ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ। ନିକଟରେ ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି। ଏହାପୂର୍ବରୁ ସରକାର କହିଥିଲେ ଯେ ୨୩ ନଭେମ୍ବରରୁ ରାଜ୍ୟରେ ସ୍କୁଲ ଏବଂ କଲେଜ ଖୋଲିବ, କିନ୍ତୁ ଏହାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ସରକାର ବର୍ତ୍ତମାନ ସୁଦ୍ଧା ନୂଆ ତାରିଖ ଘୋଷଣା କରିନାହାଁନ୍ତି।

ଭଦୋଦରା, ରାଜକୋଟ, ସୁରାଟ ପୂର୍ବରୁ ସରକାର ଅହମ୍ମଦାବାଦରେ ଗୁରୁବାର କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୀପାବଳି ପର୍ବ ପରେ ରାଜ୍ୟରେ କରୋନା ଜୀବାଣୁ ସଂକ୍ରମଣରେ ବୃଦ୍ଧି ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.