Home ଜିଲ୍ଲା ପରିକ୍ରମା ବେଆଇନ ପିଡିଏସ ଚାଉଳ ଗାଡି ବିରୋଧରେ ମାମଲା

ବେଆଇନ ପିଡିଏସ ଚାଉଳ ଗାଡି ବିରୋଧରେ ମାମଲା

131

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଞ୍ଚାୟତ ଗୋଦାମ ଘର ନିକଟରୁ ଗତ ଗୁରୁବାର ଲୋକଙ୍କ ହାତରେ ଧରାପଡିଥିବା ବେଆଇନ ଚାଉଳ ବୋଝେଇ ଟ୍ରକ ବିରୋଧରେ ମାମଲା ଋଜୁ ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ଯୋଗାଣ ଅଧିକାରୀ ରେବତୀଶ ସିଂ ନାୟକଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ୨୩୬/୨୦ନଂ ମାମଲା ଓଆର ୦୯ ଏଚ୪୯୬୫ନଂ ବେଆଇନ ପରିବହନକାରୀ ଟ୍ରକ ଉପରେ ଋଜୁ ହୋଇଛି । ଏକ ପିଡିଏସ ଚାଉଳ ବୋଝେଇ ଟ୍ରକକୁ ତେସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସ୍ଥାନୀୟ ଲୋକେ ଅଟକାଇଥିଲେ । ଯେଉଁ ଟ୍ରକ୍‌ଟି ଧାମନଗର ଛକରେ ଥିବା ମନୋରଂଜନ ସେନାପତିଙ୍କ ପ୍ରାଇଭେଟ୍ ଏଣ୍ଟର ପ୍ରିମିୟର୍ସ ଗ୍ୟାରେଣ୍ଟି ଗୋଦାମରୁ ଭଣ୍ଡାରିପୋଖରୀର ତେସିଙ୍ଗା ପଂଚାୟତକୁ ଯାଉଥିଲା । ସେଠାରେ ଦକ୍ଷିଣବାଡ ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ବୟାବନାପୁର ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ରଣଜିତ ସରପଞ୍ଚ ମନୋଜ କୁମାର ନାୟକ, ନଗୁଆଁ ସମବାୟ ସମିତି ପୂର୍ବତନ ସଭାପତି ରମେଶ ଭାରତୀ, ୱାର୍ଡ ସଦସ୍ୟ ଶ୍ୟାମସୁନ୍ଦର ସେନାପତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ଏତେ ପରିମାଣର ଚାଉଳ ପରିବହନ କାଗଜପତ୍ର ମାଗିଥିଲେ । ଚାଳକ ନିକଟରେ ଉପଯୁକ୍ତ କାଗଜପତ୍ର ନଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଜିଲା ଯୋଗାଣ ବିଭାଗ ଅଧିକାରୀ ରଂଜନ ସେଠ୍‌ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ କେଦାର ନାଥ ନାୟକ, ସଦର ବ୍ଲକ ଯୋଗାଣ ଅଧିକାରୀ ଆନିବେସାନ୍ତ ସାହୁ ଓ ସ୍ଥାନୀୟ ଯୋଗାଣ ଅଧିକାରୀ ରେବତୀଶ ସିଂ ନାୟକ ସେଠାରେ ପହଞ୍ଚ ତଦନ୍ତ କରିଥିଲେ । ଓଆର ୦୯ ଏଚ ୪୯୬୫ନଂ ଟ୍ରକରେ୧୪୦ ବ୍ୟାଗରେ ୭୦ କ୍ୟୁଇଣ୍ଟାଲ ଚାଉଳ ପରିବହନ କରାଯାଇଥିବା ବେଳେ ଚାଳକଙ୍କ ନିକଟରେ ରାମଚନ୍ଦ୍ରପୁର ଡିଲର ଦିବାକର ସେନାପତି ଓ ତେସିଙ୍ଗାର ଡିଲର ବିଷ୍ଣୁ ସେନାପତିଙ୍କ ପାଇଁ ପ୍ରତ୍ୟେକ କୋଡିଏ କ୍ୟୁଇଣ୍ଟାଲ ହିସାବରେ ମୋଟ ଚାଳିଶ କ୍ୟୁଇଣ୍ଟାଲର ଟ୍ରାନଜିଟ ପରମିଟ ଥିଲା । ୩୦ କ୍ୟୁଇଣ୍ଟାଲ ଚାଉଳର ଆଦୌ ପରମିଟ ନଥିଲା । ଚାଳକ ଦିବାକର ସେନାପତିଙ୍କ କୋଡିଏ କ୍ୟୁଇଣ୍ଟାଲ ଚାଉଳକୁ ଏଡାଇ ଚାଳକ କେବଳ ବିଷ୍ଣୁ ମଲ୍ଲିକଙ୍କୁ ୧୨୦ ବ୍ୟାଗର ୬୦ କ୍ୟୁଇଣ୍ଟାଲ ଚାଉଳ ଅନଲୋଡ କରିଦେଇଥିଲା । ବାକି ଟ୍ରକରେ ରହିଥିବା ୨୦ବ୍ୟାଗରେ ୧୦କ୍ୟୁଇଣ୍ଟା ଚାଉଳ ଅନଲୋଡ ହୋଇନପାରିବାରୁ ପୁଲିସ ପହଞ୍ôଚ ବିନାକାଗଜରେ ଥିବା ଚାଉଳ ବୋଝେଇ ଟ୍ରକକୁ ଥାନାକୁ ନେଇଥିଲା । ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ଅଧିକାରୀ ଶ୍ରୀ ସିଂ କେବଳ ଦଶ କ୍ୟୁଇଣ୍ଟାଲ ଚାଉଳ ସମ୍ପର୍କରେ ଅଭିଯୋଗ କରିଥିଲେ । ହେଲେ ବିନା ପରମିଟରେ ଅଣାଯାଇଥିବା ୩୦କ୍ୟୁଇଣ୍ଟାଲ ଚାଉଳ ଡିଲର ବିଷ୍ଣୁ ମଲ୍ଲିକଙ୍କୁ ଦେବା ପାଇଁ ଚାଳକକୁ କିଏ କହିଥିଲା ଓ ଏହା ପଛରେ କେଉଁମାନେ ସେ ସମ୍ପର୍କରେ ଅଭିଯୋଗ କରାଯାଇ ନଥିବାରୁ ଘଟଣା ଚପିଯିବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ଜନସାଧାରଣଙ୍କ ପକ୍ଷରୁ ମତ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.