Home Coronavirus Outbreak ବଲାଙ୍ଗିର ଜିଲ୍ଲାରେ ଗୁରୁବାର ସୁଦ୍ଧା ମୋଟ ଆରୋଗ୍ୟ ସଂଖ୍ୟା ୮୭

ବଲାଙ୍ଗିର ଜିଲ୍ଲାରେ ଗୁରୁବାର ସୁଦ୍ଧା ମୋଟ ଆରୋଗ୍ୟ ସଂଖ୍ୟା ୮୭

103

ବଲାଙ୍ଗୀର, ୧୧/୦୬, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ବାସୀଙ୍କ ପାଇଁ ଖୁସି ଖବର ଆସିଛି। ବଲାଙ୍ଗିର ଜିଲ୍ଲାରେ ଗୁରୁବାର ଆଉ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ସୁସ୍ଥକଙ୍କ ସଂଖ୍ୟା ୮୭ କୁ ବୃଦ୍ଧି ପାଇଛି। ଆଜି ସୁସ୍ଥ ହୋଇଥିବା ୭ଜଣ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିବାପରେ ହସ୍‌ପିଟାଲ୍‌ରୁ ଛୁଟି ଦିଆଯାଇଛି। ଏଥି ସହିତ ବଲାଙ୍ଗୀର ଜିଲ୍ଲାରେ ମୋଟ ଆରୋଗ୍ୟ ସଂଖ୍ୟା ୮୭ ରେ ପହଞ୍ଚିଛି। ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୪ ଥିବାବେଳେ ୮୭ଜଣ ସୁସ୍ଥ ୩୭ ଜଣ ସକ୍ରିୟ ଥିବା ଜଣାପଡିଛି।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.