Home କେନ୍ଦୁଝର ଛେନାପଦି ବଜାରରେ ୨ଫୁଟ ଗଭୀରର ଖାଲ, ରାସ୍ତା ନିର୍ମାଣ କଲାନି ଠିକାଦର

ଛେନାପଦି ବଜାରରେ ୨ଫୁଟ ଗଭୀରର ଖାଲ, ରାସ୍ତା ନିର୍ମାଣ କଲାନି ଠିକାଦର

225

ହାଟଡ଼ିହି, ୧୧/୬ : ଆନନ୍ଦପୁର-ଭଦ୍ରକ ରାସ୍ତା ନିର୍ମାଣ ସମୟରେ ଛେନାପଦି ଛକ ମଝିରେ ତବବା ହଦଗଡ ସଂଯୋଗୀ କରଣ ରାସ୍ତାର ନିର୍ମାଣ କାମ ଅଧାପନ୍ତରିଆ ଭାବେ ପଡିଥିବାରୁ ୨ଫୁଟ ଗଭୀରର ଖାଲ ହୋଇ ନିତିଦିନ ଦୁର୍ଘଟଣା ମାନ ଘଟୁଛି । ଗତବର୍ଷ ଏଠାରେ ୧୫ଫୁଟ ଓସାରର ଏକ ପୋଖରୀ ସଦୃଶ ଖାଲ ହୋଇଥିବାବେଳେ ବିଭାଗ ପକ୍ଷରୁ ତୁରନ୍ତ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇ କାମ ଆରମ୍ଭ କରାଯାଇଥିଲା । ମାତ୍ର ଠିକାଦାର ଅଧାରାସ୍ତାକୁ କାମକରି ପଳାଇବାପରେ ଏଠାରେ ଏବେ ଦୁଇଫୁଟ ଗଭୀରର ଏକ ଖାଲ ହୋଇ ପୋଖରୀ ସଦୃଶ ପାଣି ରହୁଥିବାରୁ ଯାତ୍ରୀମାନେ ଯାତାୟତ କରିବାରେ ନାନା ଅସୁବିଧା ଭୋଗ କରୁଛନ୍ତି । ଜାଣି ନଥିବା ଲୋକମାନେ ଥରେ ଏହି ଖାଲରେ ପଡିଗଲେ ଆଉ ବାହାରିବା ବହୁ କଷ୍ଟକର ହୋଇପଡୁଛି । ଯଦି କାର କିମ୍ବା ଅଟୋ ଏହି ଖାଲରେ ପଡିଗଲା ତେବେ କଥା ସରିଲା, ଲୋକ ନଲାଗିଲେ ତାହା ଆଉ ଉଠିବ ନାହିଁ । ଏପରିକି ଏହି ସ୍ଥାନରେ ନିୟମିତ ଦୁଇତିନୋଟି ଦୁର୍ଘଟଣା ମଧ୍ୟ ଘଟୁଛି । ଏ ସମ୍ପର୍କରେ ପୁର୍ତ୍ତ ବିଭାଗର ସହକାରୀଯନ୍ତ୍ରୀ ସମିର କୁମାର ଅଧିକାରୀଙ୍କୁ ପଚାରିବାରେ ସେ ରାସ୍ତା ନିର୍ମାଣ ପର୍ଯ୍ୟନ୍ତ ଠିକାଦାରକୁ କହି ଏହି ରାସ୍ତାଟି ମରାମତି କରାଇଦେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.