Home ଓଡ଼ିଶା କନ୍ଫ୍ୟୁଜ୍ କରାଉଛନ୍ତି ଦୁଇ ଯାଆଁଳା ଭାଇ ..

କନ୍ଫ୍ୟୁଜ୍ କରାଉଛନ୍ତି ଦୁଇ ଯାଆଁଳା ଭାଇ ..

68

ଭୁବନେଶ୍ୱର: ଯାଆଁଳା ଭାଇ ବା ଯାଆଁଳା ଭଉଣୀଙ୍କୁ ନେଇ ବେଳେବେଳେ ଲୋକେ କନ୍ଫ୍ୟୁଜରେ ପଡ଼ିଯାଆନ୍ତି। ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଗ୍ରାମରେ ଅଛନ୍ତି ଏପରି ଦୁଇ ଭାଇ ନବନୀ ଆଉ କୁଶୁନି। ଏମାନେ ମୋଟ ୫ ଭାଇ ହୋଇଥିଲା ବେଳେ ମାତ୍ର ଅଳ୍ପ କେଇ ମୁହୂର୍ତ୍ତ ବ୍ୟବଧାନରେ ଜନ୍ମ ନେଇଛନ୍ତି ଏହି ଦୁଇ ଯାଆଁଳା ଭାଇ ନବନୀ ଆଉ କୁଶୁନି। ଦେଖିବାକୁ ଦୁଇ ଜଣ ଏକାଭଳି। ସହଜରେ ଚିହ୍ନି ହୁଏନି କିଏ ନବନୀ ଆଉ କିଏ କୁଶୁନି। ଗୋଳବାଇ ତଳସାହି – ଗାଦିସାହି ଛକରେ ଅଛି ଏମାନଙ୍କର ଏକ ଦୋକାନ। କେତେବେଳେ କେଉଁ ଭାଇ ବସେ ଦୋକାନରେ। ଏମିତି ବି ବେଳେବେଳେ ହୁଏ କେହି ଜଣେ ଗରାଖ ଜଣେ ଭାଇଙ୍କ ଠାରୁ କିଛି ସାମଗ୍ରୀ କିଣି ବାକି ରହିଥିବା ପଇସା ଆସି ଆର ଭାଇକୁ ଦେଇଯାଏ। ବେଳେବେଳେ କନ୍ଫ୍ୟୁଜରେ ପଡ଼ିଯାଆନ୍ତି ଲୋକେ। ଆଉ ଥଟା ମଜାରେ ଲୋକେ କୁହନ୍ତି ଆମେ କନ୍ଫ୍ୟୁଜରେ ପଡ଼ିଗଲେ ଚଳିବ କିନ୍ତୁ, ଦୁଇ ଭାଇଙ୍କ ବାହାଘର ପରେ ସେମାନଙ୍କ ଭିତରେ କନ୍ଫ୍ୟୁଜ୍ ନହେବା ଦରକାର!
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.