Home ଓଡ଼ିଶା ଆଉ ଏକ ବଲିଉଡ୍! ୟୁପିରେ ନର୍ମାଣ ହେବ ଦେଶର ସବୁଠୁ ବଡ଼ ଫିଲ୍ମ ସିଟି

ଆଉ ଏକ ବଲିଉଡ୍! ୟୁପିରେ ନର୍ମାଣ ହେବ ଦେଶର ସବୁଠୁ ବଡ଼ ଫିଲ୍ମ ସିଟି

257

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ (ୟୁପି) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଦେଶର ସବୁଠାରୁ ସୁନ୍ଦର ଫିଲ୍ମ ସିଟି (ଚଳଚିତ୍ର ସହର) ୟୁପିରେ ନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ୟୁପିର ନୋଏଡା କିମ୍ବା ଗ୍ରେଟର ନୋଏଡାରେ ଏକ ନୂଆ ଫିଲ୍ମ ସିଟି ନିର୍ମାଣ ହେବ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁ, ବଲିଉଡରେ ଡ୍ରଗ୍ ଆଙ୍ଗଲ୍ ଏବଂ ମହାରାଷ୍ଟ୍ରରେ ଉତ୍ତେଜନାକୁ ନେଇ ଦେଶବ୍ୟାପୀ ତର୍କବିତର୍କ ଚାଲିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ବଡ଼ ଘୋଷଣା କରିଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଦେଶର ସବୁଠାରୁ ସୁନ୍ଦର ଫିଲ୍ମ ସିଟି ୟୁପିରେ ନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ନୋଏଡା କିମ୍ବା ଗ୍ରେଟର ନୋଏଡାରେ ନିର୍ମାଣ ହେବ ନୂଆ ଫିଲ୍ମ ସିଟି।

ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଦେଶକୁ ଏକ ଭଲ ଫିଲ୍ମ ସିଟି ଦରକାର। ଉତ୍ତରପ୍ରଦେଶ ଏହି ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ। ଆମେ ଦେଶର ସବୁଠାରୁ ସୁନ୍ଦର ଫିଲ୍ମ ସିଟି ନିର୍ମାଣ କରିବୁ। ଯୋଗୀ ଆଦିତ୍ୟନାଥ ଆହୁରି କହିଛନ୍ତି, “ଫିଲ୍ମ ସିଟି ପାଇଁ ନୋଏଡା, ଗ୍ରେଟର ନୋଏଡା କିମ୍ବା ଯମୁନା ଏକ୍ସପ୍ରେସୱେ ଅଞ୍ଚଳ ଭଲ ରହିବ। ଏହା ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଏକ ଉତ୍ତମ ବିକଳ୍ପ ଯୋଗାଇବ। ଆହୁରି ମଧ୍ୟ, ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏହା ଏକ ବହୁତ ଉପଯୋଗୀ ସାବ୍ୟସ୍ତ ହେବ। ଏହି ଦିଗରେ ଜମି ପାଇଁ ବିକଳ୍ପ ସହିତ କାର୍ଯ୍ୟ ଯୋଜନା ଯଥାଶୀଘ୍ର ପ୍ରସ୍ତୁତ ହେବା ଉଚିତ୍।” ସୂଚନାଯୋଗ୍ୟ ଯେ ବଲିଉଡରେ ଚାଲିଥିବା ନେପୋଟିଜିମ୍, ପକ୍ଷପାତିତା ଆଦି କାରଣରୁ ତଥା ଏକ ହିନ୍ଦୀ ଭାଷୀ ଅଞ୍ଚଳରେ ବିଶେଷ କରି ୟୁପିରେ ଏକ ବିକଳ୍ପ ଫିଲ୍ମ ସିଟି ନିର୍ମାଣର ଦାବୀ ଦୀର୍ଘ ଦିନରୁ ରହି ଆସିଛି। /- @DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.