Home କେନ୍ଦୁଝର ସୁଚନା ଅଧିକାର ଆଇନରେ ତଥ୍ୟ ମାଗିବାରୁ ମାଡ ଅଭିଯୋଗ

ସୁଚନା ଅଧିକାର ଆଇନରେ ତଥ୍ୟ ମାଗିବାରୁ ମାଡ ଅଭିଯୋଗ

35

ହାଟଡିହି-୧ /୧ ହାଟଡିହି ବ୍ଲକ ସମଣା ପଞ୍ଚାୟତ ଚାପୁଣ୍ଡିଆ ଗ୍ରାମର ରତ୍ନାକର କବି ନାମକ ଜଣେ ବ୍ୟକ୍ତି ସୁଚନା ଅଧିକାର ଆଇନି ବଳରେ ପଞ୍ଚାୟତରେ ହୋଇଥିବା କିଛି କାମର ତଥ୍ୟ ମାଗିବାରୁ ତାଙ୍କୁ ମାଡ ମରାଯିବା ସହିତ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ପଞ୍ଚାୟତରେ ହୋଇଥିବା କିଛି କାମ ସମ୍ପର୍କରେ ରତ୍ନାକର ସୁଚନା ଅଧିକାର ଆଇନ ବଳରେ ବ୍ଲକରେ ତଥ୍ୟ ମାଗିଥିଲେ । ତେବେ ଏ ସମ୍ପର୍କରେ ଗ୍ରାମର ଧୁସାଶାନ ବେହେରା ନାମକ ଜଣେ ବ୍ୟକ୍ତି କୌଣସି ସୁତ୍ରରୁ ଜାଣିବାପରେ ଧୁସାଶନ ଆଉ କିଛି ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ତାଙ୍କ ଘର ସମ୍ମୁଖରେ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ସେତେେବେଳ ସେ ବାହାରେ ଥିବାରୁ ପରିବାର ଲୋକଙ୍କ ଠାରୁ ଶୁଣି ଘରକୁ ଆସିବାବେଳେ ଧୁସାଶନ ଓ ତାଙ୍କର କିଛି ସହଯୋଗୀ ତାଙ୍କୁ ଗାଁ ମୁଣ୍ଡ ଛକରେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ପାଟିତୁଣ୍ଡ ଶୁଣି ଗାଁ ଲୋକମାନେ ଆସିବାରୁ ଆକ୍ରମଣକାରୀ ମାନେ ଛାଡି ପଳାଇଥିଲେ ବୋଲି ରତ୍ନାକର ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏନେଇ ୧୭୬/୨୦ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.