Home ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଲେ ଦେବେନ୍ଦ୍ର ଫଡଣଭିସ୍

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଲେ ଦେବେନ୍ଦ୍ର ଫଡଣଭିସ୍

200

ନୂଆ ଦିଲ୍ଲୀ ୨୬-୧୧ (ଓଡ଼ିଆ ପୁଅ) ପ୍ଲୋର ଟେଷ୍ଟ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇଛନ୍ତି ଅଜିତ ପାୱାର। ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେବାପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍ ପ୍ରେସ୍ କନ୍ଫରେନ୍ସ କରି ଘୋଷଣା କରିଛନ୍ତିଯେ, ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେବେ।

ସୂଚନାଯୋଗ୍ୟଯେ, ମହାରାଷ୍ଟ୍ର ମାମଲାରେ ସୁପ୍ରିମ କୋର୍ଟରେ ଆଜି ସୁପ୍ରିମ କୋର୍ଟ ଏହି ମାମଲାରେ ରାୟ ଦେଇ କହିଛନ୍ତିଯେ, ଆସନ୍ତାକାଲି ସନ୍ଧ୍ୟା ୫ ଟା ପୂର୍ବରୁ ହେବ ବହୁମତ ପରୀକ୍ଷା କରିବାକୁ ପଡ଼ିବ ଏବଂ ବହୁମତ ପରୀକ୍ଷାର ସିଧା ପ୍ରସାରଣ କରିବାକୁ। ପ୍ରଥମେ ବିଧାୟକ ଶପଥ ନେବା ପରେ ହେବ ବହୁମତ ପରୀକ୍ଷା। ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ବିଧାନସଭାରେ ବିଧାୟକମାନଙ୍କର ଓପନ୍‌ ବାଲଟରେ ଆସ୍ଥା ଭୋଟ କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଥିଲେ। ସୁପ୍ରିମ୍‌କୋର୍ଟରେ ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ କରାଯାଇଥିବା ଆବେଦନର ବିଚାର କରି ବିଚାରପତି ଏନ୍‌.ଓ୍ବି. ରମନା, ଅଶୋକ ଭୂଷଣ ଏବଂ ସଞ୍ଜିବ୍‌ ଖାନ୍ନାଙ୍କ ଦ୍ୱାରା ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଏହି ରାୟ ଶୁଣାଇବା ପରେ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇଥିଲେ ଅଜିତ ପାୱାର। ଏହା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍ ପ୍ରେସ୍ କନ୍ଫରେନ୍ସ କରି ଘୋଷଣା କରିଛନ୍ତିଯେ, ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେବେ। ସେ ପ୍ରେସ କନ୍ଫେରେନ୍ସ କରିବା ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତପା ପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି। ଏହା ସହିତ ସେ ମହାରାଷ୍ଟ୍ରର ଲୋକମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୁପ୍ରୀମ କୋର୍ଟର ଫଇସଲା ପରେ ମହାରାଷ୍ଟ୍ରରେ ସମ୍ପୂର୍ଣ୍ଣ ରାଜନୈତିକ ଛବି ବଦଳୁଥିବାର ଦେଖାଯାଉଅଛି। କୋର୍ଟ କହିଲେ କି ଆସନ୍ତା କାଲି ସଂଧ୍ୟାରେ ୫ ଟା ସମୟ ପୂର୍ବରୁ ବହୁମତ ପରୀକ୍ଷଣ ହେବା ଆବଶ୍ୟକ। ଏହା ପରେ ଦିଲ୍ଲୀରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଚାଲୁଥିବା ରାଜନୈତିକ ମହଲ ଗରମ ହେବାରେ ଲାଗିଲା। ତେବେ ଇସ୍ତପା ଦେବା ପୂର୍ବରୁ କ’ଣ କହିଲେ ଫଡନଭିସ୍ ଜାଣନ୍ତୁ

ଘୋଡ଼ା ବ୍ୟାପାର କରିବାର ନଥିଲା

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ହର୍ସ ଟ୍ରେଡିଙ୍ଗର ଅଭିଯୋଗକୁ ଖଣ୍ଡନ କରି କହିଲେ କି ଭାରତୀୟ ଜନତା ପାର୍ଟି ଏଥିରେ ବିଶ୍ଵାସ ରଖେ ନାହିଁ।

ରାଜ୍ୟପାଳଙ୍କୁ ଭେଟି ଇସ୍ତପା ଦେବେ ଫଡନାଭିସ୍

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ବହୁମତ ପରୀକ୍ଷଣର ୨୪ ଘଣ୍ଟା ପୂର୍ବରୁ ହିଁ ନିଜର ଇସ୍ତଫା ଦେବାର ଘୋଷଣା କରିଛନ୍ତି। ସୁପ୍ରୀମ କୋର୍ଟଙ୍କର ଆଦେଶ ପରେ ଫଡନାଭିସ୍ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ପ୍ରେସ କ୉ନ୍ଫ୍ରେଂସ କରି ଏହା ଘୋଷଣା କରିଛନ୍ତି। ସେ କହିଲେ କି ରାଜ୍ୟପାଳଙ୍କୁ ଭେଟି ତାଙ୍କୁ ନିଜର ଇସ୍ତପା ପ୍ରଦାନ କରିବେ।

ତିନି ଚକାର ସରକାର ଚାଲିପାରିବ ନାହିଁ

ଫଡନାଭିସ୍ କହିଲେ କି ମୋତେ ଲାଗୁଛି କି ତିନି ପାର୍ଟିର ସରକାରର ଭବିଷ୍ୟତ ଲମ୍ବା ନୁହେଁ। ତିନି ପାର୍ଟିର ସରକାର ନିଜର ବୋଝ ତଳେ ଦବିଯିବେ। ତିନି ଚକା ତିନୋଟି ଦୀଗରେ ଚାଲିବେ ଏବଂ ମହାରାଷ୍ଟ୍ର ପରି ରାଜ୍ୟର କ’ଣ ପରିସ୍ଥିତି ହେବ ତା’ ବିଷୟରେ ମୁଁ କହି ପାରିବି ନାହିଁ। ଆମେ ବିରୋଧି ଦଳରେ ବସି ଜନତାଙ୍କ ପାଇଁ କାମ କରିବୁ। ଗରିବଙ୍କର ସ୍ୱର ହୋଇ ସରକାରଙ୍କୁ ପହଁଚାଇବୁ ତାଙ୍କ ବାର୍ତ୍ତା।

କଂଗ୍ରେସ ଏବଂ ଶିବ ସେନା ଅଲଗା-ଅଲଗା ବିଚାରଧାରାର ପାର୍ଟୀ

ଦେବେନ୍ଦ୍ର ଫଡନାଭିସ୍ କହିଲେ ଶିବ ସେନା ଏବଂ କଂଗ୍ରେସ ଅଲଗା ଅଲଗା ବିଚାରଧାରାର ପାର୍ଟି ଅଟନ୍ତି। ବିପରୀତ ବିଚାରଧାରା ମଧ୍ୟରେ ଏହି ତିନି ଦଳ କେବଳ ଆସନ ପାଇଁ ସାଥିରେ ଆସିଛନ୍ତି। ଜନତା ଭାରତୀୟ ଜନତା ପାର୍ଟିକୁ ଜନାଦେଶ ଦେଇଥିଲେ। କିନ୍ତୁ ମଗର ଆମ ପାଖରେ ବହୁମତ ନାହିଁ, ସେଥିପାଇଁ ଏବେ ବିରୋଧି ଦଳରେ ବସିବୁ ଏବଂ ନୂଆ ସରକାରକୁ କାମ କରିବାକୁ ଶିଖାଇବୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.