Home ଓଡ଼ିଶା ଆଶୀର୍ବାଦଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

ଆଶୀର୍ବାଦଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

193

କଟକ୨୬ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ହାଇକୋର୍ଟ ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ମାମଲାରେ ସିବିଆଇ ଗିରଫ କରିଥିବା ଓଡ଼ିଶା କ୍ରିକେଟ ଆସୋସିଏସନ ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିବା ସୁଚନା ମିଳିଛିା ଦେଢ଼ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଥିବାର ସୂଚନା ମିଳିଛି। ଠିକ୍ ସେହିପରି ଆଶୀର୍ବାଦ ବେହେରାଙ୍କୁ ପାସପୋର୍ଟ ସରେଣ୍ଡର୍ କରିବାକୁ ବି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ପକ୍ଷରୁ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ପୂର୍ବରୁ ଆଶୀର୍ବାଦ ବେହେରାଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଜେରା କରିଥିଲା । ଗତ ସେପ୍ଟେମ୍ବର ୧୯ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଥିଲା । ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ସେ ଜାମିନ ଆବେଦନ କରିଥିଲେ। ସ୍ୱତନ୍ତ୍ର ସିବିଆଇ କୋର୍ଟ ଜାମିନ ଆବେଦନକୁ ଖାରଜ କରିଥିଲେ । ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.