Home Coronavirus Outbreak ଦୋକାନ ଖୋଲିବାନେଇ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ସ୍ପଷ୍ଟୀକରଣ

ଦୋକାନ ଖୋଲିବାନେଇ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ସ୍ପଷ୍ଟୀକରଣ

545

ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) ଦୋକାନ ଖୋଲିବାକୁ ଅନୁମତି ଦେବା ଲାଗି ଲକଡାଉନ ଅବଧିର ମାର୍ଗଦର୍ଶିକାକୁ ସଂଶୋଧନ କରି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଗତକାଲି ଏକ ଏକୀକୃତ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି।

(https://pib.gov.in/PressReleaseIframePage.aspx?PRID=1618049)

ଏହି ଆଦେଶ ସୂଚିତ କରେକି:
– ଗ୍ରାମାଞ୍ଚଳରେ, ସପିଂ ମଲ ବ୍ୟତୀତ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।
– ସହରାଞ୍ଚଳରେ, ସମସ୍ତ ଏକାକୀସ୍ଥିତ ଦୋକାନ, ପଡ଼ୋଶୀ ଏବଂ ଆବାସିକ କମ୍ପ୍ଲେକ୍ସ ଗୁଡିକର ନିକଟରେ ଥିବା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ବଜାର / ମାର୍କେଟ କମ୍ପ୍ଲେକ୍ସ ଏବଂ ସପିଂ ମଲ ଦୋକାନଗୁଡିକୁ ଖୋଲିବାକୁ ଅନୁମତି ନାହିଁ।
ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଇ-କମର୍ସ କମ୍ପାନୀଗୁଡିକୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ପାଇଁ ଅନୁମତି ଦିଆଯିବ।
ଏହା ଆହୁରି ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, COVID-19 ପରିଚାଳନା ପାଇଁ ଜାତୀୟ ନିର୍ଦ୍ଦେଶରେ ଉଲ୍ଲେଖ ରହିଥିବା ମଦ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରୟ ନିଷେଧରହିବ।
ଏକୀକୃତ ସଂଶୋଧିତ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଥିବା ଭଳି, ରାଜ୍ୟ/କେନ୍ଦ୍ରଶାସିତ ଗୁଡିକର ସମ୍ପୃକ୍ତ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳରେ ଅବରୋଧ କ୍ଷେତ୍ର ଭାବେ ଘୋଷିତ ଅଞ୍ଚଳରେ ଥିବା ଦୋକାନଗୁଡିକୁ ଖୋଲିବାକୁ ଅନୁମତି ଦିଆଯିବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.