Home ଅନୁଗୁଳ ଏନ୍‌.ଟି.ପି.ସି କଣିହାଁ ସହଯୋଗରେ ମାସ୍କ ସିଲାଇ କରି ମହିଳା ହେଉଛନ୍ତି ରୋଜଗାରକ୍ଷମ

ଏନ୍‌.ଟି.ପି.ସି କଣିହାଁ ସହଯୋଗରେ ମାସ୍କ ସିଲାଇ କରି ମହିଳା ହେଉଛନ୍ତି ରୋଜଗାରକ୍ଷମ

218

ତାଳଚେର,୨୫/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଦେଶ ବ୍ୟାପି ଲକ୍ ଡାଉନକ ଘୋଷଣା କରିବା ସମୟ ପରଠାରୁ ଅନେକ ବ୍ୟକ୍ତି ପରିବାର ଚଳାଇବାକୁ ଆର୍ଥିକ ଦୃଷ୍ଟିରୁ ଅକ୍ଷମ ହୋଇ ପଡ଼ିଛନ୍ତି । ବର୍ତମାନର ପରିସ୍ଥିତିରେ କୋଭିଡ଼ -୧୯ର ମୁକାବିଲା କରିବାକୁ ଲୋକମାନେ ଫେସ୍ ମାସ୍କ ପିନ୍ଧିବା ଅପରିହାର୍ଯ୍ୟ ହୋଇ ପଡ଼ିଥିବା ବେଳେ ଏଭଳି ଫେସ୍ ମାସ୍କ ସିଲାଇ କରିବା ମଧ୍ୟ ଏକ ନୂତନ ରୋଜଗାରର ସମ୍ଭାବନା ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ସବୁଠୁ ବଡ଼ ତାପଜ ବିଦ୍ୟୁତ କେନ୍ଦ୍ର ଏନ୍‌.ଟି.ପି.ସି ତାଳଚେର କଣିହାଁ ଆଖାପାଖରେ ବାସ କରୁଥିବା ମହିଳାମାନଙ୍କ ସକାଶେ ସର୍ବଦା ସହଯୋଗର ହାତ ବଢ଼ାଇ ଆସିଛି ।
ଏନ୍‌.ଟି.ପି.ସି ତାଳଚେର କଣିହାଁ ସ୍ଥାନୀୟ ଅଂଚଳର ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କୁ କଂଚା ମାଲ ଯୋଗାଇ ଦେଇ ସେମାନଙ୍କୁ ମାସ୍କ ତିଆରି ନିମନ୍ତେ ପ୍ରୋତ୍ସାହିତ କରିଆସୁଛି । ଯାହାକି ପରେ ସେମାନଙ୍କ ଠାରୁ ଗ୍ରହଣ କରି ଗ୍ରାମାଂଚଳର ଜନସାଧାରଣ ଏବଂ ଶ୍ରମିକମାନଙ୍କୁ ବଂଟନ କରାଯାଉଛି । ଏଭଳି ମାସ୍କ ନିର୍ମାଣ ଦ୍ୱାରା ଲୋକେ ସହଜରେ ମାସ୍କ ପାଇବାସହ ମହିଳାମାନେ ମଧ୍ୟ ସ୍ୱାବଲମ୍ବନଶୀଳ ହୋଇ ପାରୁଛନ୍ତି । ମହାମାୟୀ ନାମକ ଏଏଚଜି ଗ୍ରୁପର ପୁଷ୍ପଲତା ସାହୁ ନାମକ ମହିଳା ଏବେ ଦିନକୁ ୩ଶହ ମାସ୍କ ତିଆରି କରିବାକୁ ସକ୍ଷମ ହେଉଛନ୍ତି । ଚାରୋଟି ଗ୍ରୁପର ମହିଳମାନେ ୧୦ହଜାର ମାସ୍କ ତିଆରି କରିବାକୁ ସକ୍ଷମ ହେଉଛନ୍ତି,ଯାହାକି ଏନ୍‌.ଟି.ପି.ସି ତାଳଚେର କଣିହାଁ ନିଜେ ସେମାନଙ୍କଠାରୁ ଗ୍ରହଣ କରି ଅନ୍ୟମାନଙ୍କୁ ବଂଟନ କରୁଛି ।
ଏହି ଲକ୍ ଡାଉନ ସମୟରେ ମହିଳାଙ୍କ ପୋଷାକପତ୍ର,ବ୍ଲାଉଜ୍ ଆଦି ସିଲେଇ କାର୍ଯ୍ୟ ପ୍ରଭାବିତ ହୋଇଛି । ତେବେ ମାସ୍କ ସିଲାଇ କରିବା ଏବେ ଏକ ଭଲ ରୋଜଗାର ପନ୍ଥା ହୋଇପାରିଛି ବୋଲି ଭୀମକାଣ୍ଡ ସ୍ଥିତ ମା ତୁଳସୀ ସ୍ୱଂୟ ସହାୟକ ଗୋଷ୍ଠୀର ଯଶ୍ୱସୀ ସାହୁ ନାମକ ମହିଳା ପ୍ରକାଶ କରିଛନ୍ତି । ଏହି ପ୍ରକଳ୍ପ ପକ୍ଷରୁ ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ସିଏସଆର ଯୋଜନାରେ ଆଗ୍ରହୀ ମହିଳାମାନଙ୍କୁ ସିଲେଇ ମେସିନ୍ ମଧ୍ୟ ଯୋଗାଇ ଦିଆଯାଉଛି । ଏସଏଚଜି ଗ୍ରୁପମାନେ ତିଆରି କରିଥିବା ମାସ୍କଗୁଡ଼ିକୁ ପ୍ଲାଂଟ କର୍ତୃପକ୍ଷ ପୁନଃ ଗ୍ରହଣ କରି ଏହାର କର୍ମଚାରୀ,ଠିକା ଶ୍ରମିକ,ସାନିଟାଇଜର ଷ୍ଟାଫ୍‌,ବିଭିନ୍ନ ଗ୍ରାମ ଏବଂ ଅଂଶୀଦାରମାନଙ୍କୁ ବିତରଣ କରିଥାନ୍ତି । ଅଦ୍ୟାବଧି ଏନ୍‌.ଟି.ପି.ସି ତାଳଚେର କଣିହାଁ ତରଫରୁ ଆଗ ଧାଡ଼ିରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ପ୍ଲାଂଟ ଆଖପାଖ ଅଂଚଳରେ ୧୨ହଜାର ମାସ୍କ ବଂଟନ କରାଯାଇଥିବାର ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.