Home ଓଡ଼ିଶା ଆଲ୍‌କୋହଲ୍‌ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ଉପରେ ଜିଏସ୍‌ଟି ହାର ପ୍ରସଙ୍ଗରେ ସ୍ପଷ୍ଟୀକରଣ

ଆଲ୍‌କୋହଲ୍‌ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ଉପରେ ଜିଏସ୍‌ଟି ହାର ପ୍ରସଙ୍ଗରେ ସ୍ପଷ୍ଟୀକରଣ

228

ନୂଆ ଦିଲ୍ଲୀ ୧୫-୭ (ଓଡ଼ିଆ ପୁଅ) କେତେକ ଗଣମାଧ୍ୟମରେ ଆଲ୍‌କୋହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ଉପରେ ଜିଏସ୍‌ଟି ହାର ନିର୍ଦ୍ଧାରଣ ଘେନି କିଛି ଖବର ପ୍ରକାଶ ପାଇଛି। ଏ ସଂପର୍କରେ ସରକାରଙ୍କ ପକ୍ଷରୁ ଏକ ସ୍ପଷ୍ଟୀକରଣରେ କୁହାଯାଇଛି ଯେ ଏହି ହ୍ୟାଣ୍ଡ ସାନିଟାଇଜର ଉପରେ ୧୮ ଶତାଂଶ ଜିଏସ୍‌ଟି ଲାଗୁ କରାଯାଇଛି। ସାନିଟାଇଜର, ସାବୁନ, ଜୀବାଣୁ ନିରୋଧୀ ତରଳ ପଦାର୍ଥ ଓ ଡେଟଲ ଆଦି ବିଶୋଧକ ବର୍ଗର ସାମଗ୍ରୀ ହୋଇଥିବାରୁ ଏହା ଉପରେ ଜିଏସ୍‌ଟି ବ୍ୟବସ୍ଥାରେ ୧୮ ଶତାଂଶ ଷ୍ଟାଣ୍ଡାର୍ଡ ଟିକସ ହାର ଲାଗୁ କରାଯାଇଛି। ବିଭିନ୍ନ ସାମଗ୍ରୀ ଉପରେ ଟିକସ ହାର କେତେ ରହିବ ତାହା ଜିଏସ୍‌ଟି ପରିଷଦ ସ୍ଥିର କରିଥାଏ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନେ ଏକାଠି ବସି ଏ ସଂପର୍କରେ ବିଚାର ଆଲୋଚନା କରି ଜିଏସ୍‌ଟି ହାର ନିର୍ଦ୍ଧାରଣ କରିଥାନ୍ତି।

ସ୍ପଷ୍ଟୀକରଣରେ ଆହୁରି ମଧ୍ୟ କୁହାଯାଇଛି ଯେ ସାନିଟାଇଜର ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ରାସାୟନିକ ପଦାର୍ଥ, ପ୍ୟାକିଂ ସାମଗ୍ରୀ, ଇନ୍‌ପୁଟ ସର୍ଭିସ ଆଦି ଉପରେ ୧୮ ଶତାଂଶ ଜିଏସ୍‌ଟି ଲାଗୁ ହୋଇଛି। ଏଭଳି ସ୍ଥିତିରେ ସାନିଟାଇଜର ଏବଂ ସେହିଭଳି ଅନ୍ୟାନ୍ୟ ସାମଗ୍ରୀ ଉପରୁ ଯଦି ଜିଏସ୍‌ଟି ହାର ହ୍ରାସ କରାଯାଏ ତାହାଦ୍ୱାରା ଶୁଳ୍କ ଢାଞ୍ଚା ଓଲଟପାଲଟ ହୋଇଯିବ। ଏହା ଫଳରେ ଘରୋଇ ଉତ୍ପାଦନକାରୀ ଏବଂ ଆମଦାନୀକାରୀମାନେ ଅସୁବିଧାର ସମ୍ମୁଖୀନ ହେବେ। କମ୍‌ ଜିଏସ୍‌ଟି ହାର ଯୋଗୁଁ ଆମଦାନୀ ବଢିଥାଏ ଏବଂ ଏହାଦ୍ୱାରା ବିଦେଶୀ ସାମଗ୍ରୀ ଦେଶରେ ଅଧିକ ଶସ୍ତାରେ ବିକ୍ରି ହୁଏ। ଏହା ଆତ୍ମନିର୍ଭର ଭାରତ ନୀତିର ପରିପନ୍ଥୀ। ଯଦି ଜିଏସ୍‌ଟି ହାର ହ୍ରାସ ପାଏ ଏବଂ ଘରୋଇ ଉତ୍ପାଦନକାରୀ କ୍ଷତିଗ୍ରସ୍ତ ହୁଅନ୍ତି, ତାହାହେଲେ ଏହିସବୁ ସାମଗ୍ରୀ ବ୍ୟବହାରରେ ଖାଉଟି ବିଶେଷ ଉପକୃତ ହେବେ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.