Home ଓଡ଼ିଶା ବାଲେଶ୍ୱର ଆଲୋଏଜର ଅଚଳାବସ୍ଥାକୁ ନେଇ ଏଚଏମଏସର ବୈଠକ

ବାଲେଶ୍ୱର ଆଲୋଏଜର ଅଚଳାବସ୍ଥାକୁ ନେଇ ଏଚଏମଏସର ବୈଠକ

87

ବାଲେଶ୍ୱର, ୧୫ା୭(ଓଡ଼ିଆ ପୁଅ/ଅଭୟ ଦାସ) : ଶିଳ୍ପାନୁଷ୍ଠାନ ‘ବାଲେଶ୍ୱର ଆଲୋଏଜ’ର ଅଚଳାବସ୍ଥାକୁ ନେଇ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୁର ସଭା(ଏଚଏମଏସ)ର ଏକ ବୈଠକ ଷ୍ଟେସନରୋଡସ୍ଥିତ କର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଶ୍ରମିକ ନେତା ଅରୁଣ ସ୍ୱାଇଁ ଏଥିରେ ଅଧ୍ୟକ୍ଷତା କରିବା ସହିତ ବାଲେଶ୍ୱର ଆଲୋଏଜର ଦୁସ୍ଥ ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଦୀର୍ଘ ୩୭ ବର୍ଷ ଧରି ଏହି ଶିଳ୍ପାନୁଷ୍ଠାନ ଉପରେ ନିର୍ଭରଶୀଳ ୪ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ କର୍ମଚାରୀଙ୍କ ଜୀବନ ଜୀବିକା ଏବେ ସଂକଟରେ ପଡ଼ିଛି।ଶ୍ରମିକଙ୍କୁ ୩ ମାସର ଦରମା ଓ ଗତ ପୂଜା ବୋନସ ମିଳିନଥିବା ବେଳେ ନୂତନ ଚୁକ୍ତିନାମା ଅବଧି ମଧ୍ୟ ଜୁନ୍ ୩୦ ତାରିଖରୁ ଶେଷ ହୋଇଛି। ବିରଳା ଟାୟାର୍ସର୍ ପରେ ବାଲେଶ୍ୱରର ଅନ୍ୟଏକ ପ୍ରମୁଖ ଶିଳ୍ପାନୁଷ୍ଠାନର ଏଭଳି ଅବସ୍ଥା ଜିଲ୍ଲା ଶିଳ୍ପାୟନ ପ୍ରତି ଘୋର ବିପଦ ହୋଇଛି ବୋଲି ଶ୍ରୀ ସ୍ୱାଇଁ କହିଥିଲେ। ଏନେଇ ଖୁବଶୀଘ୍ର ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ସେ ଅନ୍ୟ ସମସ୍ତ ସଂଗଠନଙ୍କୁ ଆହ୍ୱାନ ଜଣାଇଛନ୍ତି। ଏଭଳି ସ୍ଥିତିରେ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତେ ଏକଜୁଟ୍ ହୋଇ ଏହି ଶିଳ୍ପାନୁଷ୍ଠାନର ପୁନରୁତ୍ଥାନ ପାଇଁ ଉଦ୍ୟମ କରିବା ଉଚିତ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକନେତା ନରହରି ମହାଳିକ, ନିରଂଜନ ଦାସ, କରୁଣାକର ସେଠୀ, ମହେନ୍ଦ୍ର ଦାସ, ଏ କେ ଜୋସେଫ୍‌, ଶେଖ୍ ସାମଜୁଦ୍ଦିନ୍‌, ଶରତ ସାହୁ, ଅଂଶୁମାନ ମଲ୍ଲିକ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଂଗଠନର ଉପଦେଷ୍ଟା ପ୍ରଶାନ୍ତ ରାୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.