Odiapua.com

“ତାଳି” ମାରିବା ମନା! କିନ୍ତୁ; କାହିଁକି? କାହିଁକି ତାଳି ମାରିବାକୁ ବାରଣ କଲେ ଅପରାଜିତା?

ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଖୋର୍ଦ୍ଧାଠାରେ ବିଜେପି ପକ୍ଷରୁ ଆୟୋଜିତ ହେଉଥାଏ “ସଙ୍ଗଠନ ପର୍ବ, ସଦସ୍ୟତା ଅଭିଯାନ” କାର୍ଯ୍ୟକ୍ରମ।ସାଂସଦ ଅପରାଜିତା ଷଡ଼ଙ୍ଗୀ ବକ୍ତବ୍ୟ ରଖିବା ବେଳେ କାର୍ଯ୍ୟକର୍ତ୍ତାମାନେ ତାଳି ମାରିବାକୁ ସେ ବାରଣ କରିଥିଲେ।ତାଳି ମାରିବାକୁ ସେ ନାପସନ୍ଦ କରିଥିଲେ।ତେବେ କାହିଁକି?ରାଜନେତା ତ’ ସବୁବେଳେ ତାଳିକୁ ଚାହିଁ ବସିଥାଏ।ତେବେ, ଅପରାଜିତା ତାଳି ମାରିବାକୁ ବାରଣ କଲେ କାହିଁକି?

ଜଣେ କଠୋର; ଜଣେ କୋମଳ: କିନ୍ତୁ, ତା’ର ପରିଣାମ?

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟତା ଅଭିଯାନର ରାଜ୍ୟ ସହ-ପ୍ରଭାରୀ ସାରଦା ଶତପଥି, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ (ଚଳିତ ଥର ଚିଲିକା ପାର୍ଥି), ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି, ଜିଲ୍ଲା ସଭାପତି ସୁବାସ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ, ଅଜୟ କୁମାର ମିଶ୍ର, ରଶ୍ମି ରଞ୍ଜନ ମହାପାତ୍ର, କାଳୁଚରଣ ଖଣ୍ଡୟତରାୟ (ଚଳିତ ଥର ଖୋର୍ଦ୍ଧା ପାର୍ଥି), ରିଷଭ ନନ୍ଦ (ଚଳିତ ଥର ବେଗୁନିଆ ପାର୍ଥି), ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱ ରଞ୍ଜନ ବଡ଼ଜେନା (ଚଳିତ ଥର ଜଟଣୀ ପାର୍ଥି), ନରେନ୍ଦ୍ର ନାଥ ନାୟକ (ଚଳିତ ଥର ଜୟଦେବ ପାର୍ଥି), କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଶ୍ରୀରଞ୍ଜନ ମଙ୍ଗରାଜ, ଭୁବନେଶ୍ୱର ପୂର୍ବତନ ଡେପୁଟି ମେୟର ଉର୍ମିଳା ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିମୟୀ ପଟ୍ଟନାୟକ ଆଦିଙ୍କ ସମେତ ଜିଲ୍ଲାର ପଦାଧିକାରୀ, ବିଭିନ୍ନ ବ୍ଲକ, ମଣ୍ଡଳ ଏବଂ ଜୋନ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।ଅପରାଜିତାଙ୍କ ବକ୍ତବ୍ୟରେ ଅନୁଶାସନ ଥିଲା।ବିଶୃଙ୍ଖଳିତ ଏବଂ ଦଳ ବିରୋଧୀ ଆଭିମୁଖ୍ୟ ରଖୁଥିବା କାର୍ଯ୍ୟକର୍ତ୍ତାଙ୍କ ପ୍ରତି କଡ଼ା ଚେତାବନୀ ଥିଲା।ବ୍ୟବସ୍ଥିତ ଢଙ୍ଗରେ “ସଦସ୍ୟତା ଅଭିଯାନ” କାର୍ଯ୍ୟକ୍ରମ କରିବା ସହ ମୋଦୀ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ଲାଭାର୍ଥୀ ତଥା ଜନସାଧାରଣଙ୍କ ପାଖରେ ପହଞ୍ଚାଇବାରେ ପ୍ରଯତ୍ନ ହେବାକୁ କାର୍ଯ୍ୟକର୍ତ୍ତାଙ୍କୁ ଅପରାଜିତା ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ ଚାଲିଥିବା ସମୟରେ କେହି ମୋବାଇଲରେ ଭିଡିଓ ରେକଡ଼ିଂ କରିବାକୁ ସେ ବାରଣ କରିଥିଲେ।ଅତୀତରେ ନିର୍ବାଚନ ପୂର୍ବରୁ ଏହି ଖୋର୍ଦ୍ଧାରେ ହିଁ ଅପରାଜିତା କାର୍ଯ୍ୟକର୍ତ୍ତାମାନଙ୍କୁ ଅନୁଶାସନର ପାଠ ପଢ଼ାଉଥିବା ବେଳେ କେହି ଜଣେ କାର୍ଯ୍ୟକର୍ତ୍ତା ରେକଡ଼ିଂ କରିଥିଲା।ଏବଂ ପରେ ତାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ସହ ଗଣମାଧ୍ୟମ ଗୁଡ଼ିକରେ ମଧ୍ୟ ଖୁବ୍ ପ୍ରଚାରିତ ହୋଇଥିଲା।

ଓଡ଼ିଶାରେ ଭାଜପାର ଦୃବଳ ସ୍ଥିତିକୁ ନେଇ ଅପରାଜିତା ଉଦବେଗ ପ୍ରକାଶ କରିଥିଲେ।”ମିଶନ- ୧୨୦” ଠାରୁ ଆମେ କେତେ ପଛରେ (୨୩ରେ) କାହିଁକି ରହିଗଲେ? ବୋଲି ସେ ପ୍ରଶ୍ନ କରିଥିଲେ।ପଶ୍ଚିମ ଓଡ଼ିଶାରେ ସଙ୍ଗଠନ ଭଲ ଥିଲା।ସେଠାକାର କଥା ଭିନ୍ନ।କିନ୍ତୁ ପୂର୍ବ ଓଡ଼ିଶାରେ ଆମେ କେତେ କଷ୍ଟରେ ମାତ୍ର ଦୁଇଟି ସାଂସଦ (ସେ ନିଜେ ଏବଂ ପ୍ରତାପ ଷଡ଼ଙ୍ଗୀ) ଜିତି ପାରିଛେ ବୋଲି ସେ କହିଥିଲେ।ଭାଜପାର ଏପରି ଦୃବଳ ସ୍ଥିତି ଯୋଗୁଁ ଏତେ ବର୍ଷ ଯାଏଁ ବିଜେପି ଶାସନକୁ ଆସିପାରୁ ନାହିଁ ଏବଂ ବିଜେଡି (ନବୀନ) ଶାସନ କରି ଆସୁଛି ବୋଲି ସେ କହିଥିଲେ।ଠିକ୍ ଏହିପରି କଥା ଅତୀତରେ ଥରେ ପ୍ରତାପ ଷଡ଼ଙ୍ଗୀ କହିଥିଲେ।ନିଜ ସମେତ ନିଜ ଦଳକୁ ଦାୟୀ କରି ଆମର ଦୃବଳତା କାରଣରୁ ଏକ ଅପାରଗ, ଦୁର୍ନୀତିଗସ୍ତ ସରକାର ୧୯ ବର୍ଷ ହେଲା ଶାସନ କରି ଆସୁଛି ବୋଲି ପ୍ରତାପ କହିଥିଲେ।ବୋଧହୁଏ ଅପରାଜିତା ଅନୁଭବ କରିପାରିଛନ୍ତି, ଏଠି କେବଳ କାଗଜ କଲମରେ ସଙ୍ଗଠନ ଅଛି।ବାସ୍ତବରେ ସ୍ଥିତି ଅତ୍ୟନ୍ତ ଦୁର୍ବଳ।ସଙ୍ଗଠନ ବିଚାରଧାରା କିମ୍ବା ଦଳ ପ୍ରୀତି ଅପେକ୍ଷା ଅଧିକାଂଶ ଏଠି ଗୋଷ୍ଠୀବାଦ, ଚାଟୁକାର, ଖୋସାମତି ଭିତରେ ବୁଡ଼ି ରହିଛନ୍ତି।ତେଣୁ ବୋଧହୁଏ ଏପରି ଅଯଥା “ଖୋସାମତିଆ ତାଳି”କୁ ସେ ନାପସନ୍ଦ କରି ତାଳି ମାରିବାକୁ ବାରଣ କରିଛନ୍ତି।ଏଠାରେ ସୂଚନାଯୋଗ୍ୟ, ଭାଜପାର ମାତୃ ସଙ୍ଗଠନ ସଂଘ (ଆରଏସଏସ)ରେ ଭାଷଣ (ବୌଦ୍ଧିକ) ପରେ ତାଳି ମାରିବା ବ୍ୟବସ୍ଥା ନାହିଁ।//ଦେବଦତ୍ତ ରଥ

ଥ୍ରୀ’ ଟି ଫେଲ୍ ; ଯୋଡ଼ିଲେଣି ଆଉ ଟୁ’ ଟି: ସଫଳ ହେବ ତ’ ଫାଇଭ୍ ଟି’ ?

ତେବେ; ୨୮ କଂଗ୍ରେସୀ କାର୍ଯ୍ୟକର୍ତ୍ତା ୧୧ରେ କରିବେ ଆତ୍ମହତ୍ୟା!