Home ଓଡ଼ିଶା ଚିତ୍ତ ରଞ୍ଜନ ତ୍ରିପାଠୀ ହେଲେ କେଶରୀୟା ହିନ୍ଦୁ ପରିଷଦ ରାଜ୍ୟ ସମ୍ପାଦକ

ଚିତ୍ତ ରଞ୍ଜନ ତ୍ରିପାଠୀ ହେଲେ କେଶରୀୟା ହିନ୍ଦୁ ପରିଷଦ ରାଜ୍ୟ ସମ୍ପାଦକ

42

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ବିଜେପି ଯୁବ ନେତା ଚିତ୍ତରଞ୍ଜନ ବୁଲୁ ତ୍ରିପାଠୀ କେଶରୀୟା ହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ ଭାବରେ ଦାୟିତ୍ୱ ପାଇଛନ୍ତି। ଭୁବନେଶ୍ୱର ସ୍ଥିତ ହୋଟେଲ୍ ଆତିଥ୍ୟରେ କେଶରୀୟା ହିନ୍ଦୁ ପରିଷଦର ସାଙ୍ଗଠନିକ ବୈଠକରେ ପରିଷଦର ସଂସ୍ଥାପକ ଜ୍ଞାନ ରଞ୍ଜନ ଜେନା ଏହା ଘୋଷଣା କରିଛନ୍ତି। ଏହା ସହ କେଶରୀୟା ହିନ୍ଦୁ ପରିଷଦର ପରିବର୍ଦ୍ଧିତ ରାଜ୍ୟ କମିଟି, ମହିଳା ବାହିନୀ କମିଟି ଏବଂ ଯୁବା ବାହିନୀ କମିଟି ଘୋଷଣା ହୋଇଛି। ଛାତ୍ର ରାଜନୀତିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସହିତ ଜଡ଼ିତ ବୁଲୁ ତ୍ରିପାଠୀ ପରବର୍ତ୍ତୀ ସମୟରେ ବଜରଙ୍ଗ ଦଳରେ ସକ୍ରିୟ ଭାବରେ କାମ କରିଛନ୍ତି। ବିଜେପି ଯୁବ ମୋର୍ଚ୍ଚାର ମଧ୍ୟ ସେ ସକ୍ରିୟ ରହି ଆସିଛନ୍ତି। ଦାୟିତ୍ୱ ପାଇବା ପରେ ଚିତ୍ତ ରଞ୍ଜନ ପରିଷଦର ସଂସ୍ଥାପକ ଜ୍ଞାନ ରଞ୍ଜନ ଜେନା, ରାଜ୍ୟ ସଭାପତି ସୁନୀଲ କୁମାର ସାହୁ ଏବଂ ମହିଳା ବାହିନୀ ଅଧ୍ୟକ୍ଷା ରଶ୍ମିମୟୀ ପଟ୍ଟନାୟକଙ୍କ ସମେତ ସମସ୍ତ ନେତୃବୃନ୍ଦଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.