Home ଅପରାଧ ଜଗତପୁରଅଞ୍ଚଳରେ ବଡ଼ ଜୁଆ ଆଡ୍ଡା ଉପରେ ଚଢ଼ାଉ, ୩୦ ଜୁଆଡି ଧରାପଡ଼ିଲେ 

ଜଗତପୁରଅଞ୍ଚଳରେ ବଡ଼ ଜୁଆ ଆଡ୍ଡା ଉପରେ ଚଢ଼ାଉ, ୩୦ ଜୁଆଡି ଧରାପଡ଼ିଲେ 

19

କଟକ : ୨୧/୧୧ (ଓଡ଼ିଆ ପୁଅ /ଅଭୟ ଜେନା) ଜଗତପୁର ଥାନା ଅଞ୍ଚଳର ଏକ ପରିତ୍ୟକ୍ତ ଘରେ ଚାଲି ଆସୁଥିବା ଏକ ଜୁଆଆଡ୍ଡା ଉପରେ ଗତ କାଲି ରବିବାର ରାତିରେ ଜଗତପୁର ପୁଲିସ ଚଢ଼ଉ କରି ଜୁଆ ଆଡ୍ଡାରୁ ୩୦ଜଣ ଜୁଆଖେଳାଳିଙ୍କୁ କାବୁ କରିବା ସହ ସେମାନଙ୍କୁ ଅଟକ ରଖି ତଦନ୍ତ କରୁଛି. ସେମାନଙ୍କ ନିକଟରୁ ୮ଲକ୍ଷ ୪ ହଜାର, ୮ଶହ ଟଙ୍କା, ଜୁଆଖେଳ ର ସାମଗ୍ରୀ, ୪ ବାଇକ, ଓ ୩୧ମୋବାଇଲ ଫୋନ, ୧୬ ପ୍ୟାକେଟ ତାସ କୁ ପୁଲିସ ଜବତ କରିଛି। ଧରାପଡ଼ିଥିବାଲୋକଙ୍କ ମଧ୍ୟରେ କେତେକ ଜଣାଶୁଣା ବ୍ୟକ୍ତିଙ୍କ ପୁଅ ରହିଥିବା କୁହାଯାଉଛି।

ଜଗତପୁର ପାଗସାହିରେ କିଛିମାସ ହେବ ଏକ ଘରେ ବଡ ଧରଣର ଜୁଆଆଡ୍ଡା ଚାଲିଥିବା ନେଇ ଅଭିଯୋଗ ହୋଇଥିଲା। ରାଣୀହାଟ ଅଞ୍ଚଳର ଓ. କ୍ରିଷନ ରାଓନାମକ ଜଣେ ପେସାଦାର ଜୁଆଡିମଧ୍ୟମରେ ଏହି ଜୁଆ ଆଡ୍ଡା ଚଳାଇଥିବା ସୂଚନା ପାଇ ସ୍ଥାନୀୟ ପୋଲିସ ଓ କଟକ ସ୍ପେଶାଲ ସ୍କୁୟ୍ଡ଼ ମିଳିତ ଚଢ଼ାଉ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.