Home ଓଡ଼ିଶା ଚେନ୍ନାଇରେ CAA ବିରୁଦ୍ଧରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ

ଚେନ୍ନାଇରେ CAA ବିରୁଦ୍ଧରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ

311

ଚେନ୍ନାଇ ୧୯-୨ (ଓଡ଼ିଆ ପୁଅ): ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଆଜି ନାଗରିକତା ସଂଶୋଧନ ଆଇନ୍ (ସିଏଏ), ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନଆରସି) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ବିରୁଦ୍ଧରେ ବଡ଼ ବିରୋଧ ପ୍ରଦର୍ଶନ ହେଉଛି। ବର୍ତ୍ତମାନ ବଡ଼ ସଂଖ୍ୟାରେ ମାର୍ଚ୍ଚ କରି ପ୍ରଦର୍ଶନକାରାମାନେ ହାତରେ ତିରଙ୍ଗା ଧରି କରୁଛନ୍ତି ବିରୋଧ ପ୍ରଦର୍ଶନ।

ପ୍ରଦର୍ଶନକାରୀଙ୍କର ଦାବି?

ଚେନ୍ନାଇରେ ବଡ଼ ସଂଖ୍ୟାରେ ମୁସଲମାନ ମହିଳା ଏବଂ ପୁରୁଷ ତାମିଲନାଡୁ ବିଧାନସଭାର ଘେରାଓ କରିବା ପାଇଁ କଲାଇବନାର ଆରଙ୍ଗମରୁ ମାର୍ଚ୍ଚ ଆରମ୍ଭ କରିଛନ୍ତି। ମାର୍ଚ୍ଚରେ ଅନେକ ମୁସ୍ଲିମ ସଂଗଠନର ସଦସ୍ୟ ହାତରେ ପୋଷ୍ଟର ଧରିଥିବା ନଜରକୁ ଆସୁଛି। ପ୍ରଦର୍ଶନକାରୀମାନେ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିଛନ୍ତି ଯେ, ବିଧାନସଭାରେ ସିଏଏକୁ ଲାଗୁ ନ କରିବା ପାଇଁ ଏକ ପ୍ରସ୍ତାବ ନେଇକରି ଆସନ୍ତୁ।

ମାଡ୍ରାସ ହାଇକୋର୍ଟ ତରଫରୁ ମଙ୍ଗଳବାରଦିନ ପ୍ରଦର୍ଶନପାଇଁ ଅନୁମତି ନମିଳିବା ପରେ ମଧ୍ୟ ବିରୋଧ ପ୍ରଦର୍ଶନ ରାଲି କରାଯାଉଛି। ବିଧାନସଭା ନିକଟରେ ରାଲି ମାର୍ଗର ଆଖପାଖ କୌଣସି ଅପ୍ରିୟ ଘଟଣାକୁ ରୋକିବା ପାଇଁ ସୁରକ୍ଷା ବଢ଼ାଇ ଦିଆଯାଇଛି। ଅପରପକ୍ଷରେ ରାଜ୍ୟର ଅନ୍ୟ ଭାଗରେ ମଧ୍ୟ ସିଏଏ ବିରୋଧୀ ଅନେକ ରାଲି ଆୟୋଜିତ ହେଉଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.