Home ଓଡ଼ିଶା ରଣପୁର ରାଜ୍ୟ ସ୍ତରୀୟ ଫୁଟ୍‌ବଲ୍ ଚତୁର୍ଥ ଦିନ……… ମଙ୍ଗଳା କ୍ଲବ୍ କଟକ ବିଜୟୀ

ରଣପୁର ରାଜ୍ୟ ସ୍ତରୀୟ ଫୁଟ୍‌ବଲ୍ ଚତୁର୍ଥ ଦିନ……… ମଙ୍ଗଳା କ୍ଲବ୍ କଟକ ବିଜୟୀ

127

ନୟାଗଡ/୧୯/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁରରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ଫୁଟ୍‌ବଲ୍ ମ୍ୟାଚ୍ ର ଚତୁର୍ଥ ଦିବସରେ ମଙ୍ଗଳା କ୍ଲବ୍ କଟକ ଖୋର୍ଦ୍ଧା ଜୟଦୁର୍ଗା କ୍ଲବ୍ କୁ ୨-୦ ଗୋଲ୍ ରେ ହରାଇଥିବା ଜଣା ପଡିଛି । ଏହି ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନ୍‌ଜିବୀ ବନମାଳୀ ମହାପାତ୍ର, ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜୁ ଜନତା ଦଳର ପ୍ରବକ୍ତା ଡଃ.ସନ୍ତୋଷ ଲେଙ୍କା, ସାମ୍ବାଦିକ ରମେଶ ପ୍ରଧାନ ଯୋଗ ଦେଇଥିଲେ ।

ଚତୁର୍ଥ ଦିବସ ମ୍ୟାଚ୍ କୁ ପରିଚାଳନା କରିଥିଲେ ଏମ.ଏସ୍‌.ବେଗ୍ ପରିଚାଳନା କରିଥିଲାବେଳେ ଲାଇନ୍ସ ମ୍ୟାନ୍ ଭାବେ ଲକ୍ଷ୍ମୀଧର ଚୌଧୁରୀ, ରବିନାରାୟଣ ରଣା ସହଯୋଗ କରିଥିଲେ । ଚତୁର୍ଥ ରେଫରି ଭାବେ ବ୍ରଜମୋହନ ମହାପାତ୍ର ମଧ୍ୟ ସହ ଯୋଗ କରିଥିଲେ । ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ର ସନ୍ତୋଷୀ ପ୍ରସାଦ ନନ୍ଦ, ଲଳିତ ପ୍ରହରାଜ, ସୁଶାନ୍ତ ନାହାକ, ସପ୍ତର୍ଷୀ ସାହୁ ସହଯୋଗ କରିଥିଲେ । ଅନୁଷ୍ଠାନର ସମ୍ପାଦକ ସ୍ୱରାଜ ମହାନ୍ତି, ଉପଦେଷ୍ଟା ଡାଃ. ନବକିଶୋର ରାୟ ମ୍ୟାଚ୍ କୁ ଶୃଙ୍ଖଳିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.