Home Top News ଆଇଟି ନିୟମ ୨୦୨୧ ଅନୁଯାୟୀ ବିବରଣୀ ପ୍ରଦାନ କରିବାକୁ ସୋସିଆଲ ମିଡିଆ ସଂସ୍ଥାଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ

ଆଇଟି ନିୟମ ୨୦୨୧ ଅନୁଯାୟୀ ବିବରଣୀ ପ୍ରଦାନ କରିବାକୁ ସୋସିଆଲ ମିଡିଆ ସଂସ୍ଥାଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ

106

ନୂଆଦିଲ୍ଲୀ ୨୭-୫ (ଓଡିଆ ପୁଆ) ଆଇଟି ମନ୍ତ୍ରଣାଳୟ, ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ଗାଇଡଲାଇନ ଏବଂ ଡିଜିଟାଲ ଏଥିକ୍ସ କୋଡ) ନିୟମ, ୨୦୨୧ ଅନୁଯାୟୀ, ସୋସିଆଲ ମିଡିଆ ସଂସ୍ଥାଗୁଡ଼ିକରେ ଇଣ୍ଟରମିଡ଼ିଆରୀ ଅନୁପାଳନ ଉପରେ ବିବରଣୀ ମାଗିଛି।

ସୂଚନାଯୋଗ୍ୟଯେ, ଫେବୃଆରୀ ୨୫ ରେ ନୂତନ ନିୟମ ସୂଚିତ କରାଯାଇଥିଲା ଏବଂ ତାହା ଆଜି ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ନୂତନ ଆଇଟି ନିୟମ ଅନୁଯାୟୀ ଡିଜିଟାଲ ପ୍ଲାଟଫର୍ମ ଦ୍ୱାରା ନିଯୁକ୍ତ ମୁଖ୍ୟ କମ୍ପ୍ଲାଏନ୍ସ ଅଫିସର ଏବଂ ରେସିଡେଣ୍ଟ ଗ୍ରିଭାନ୍ସ ଅଫିସରଙ୍କ ବିବରଣୀ ମଧ୍ୟ ମନ୍ତ୍ରଣାଳୟ ମାଗିଛି।

ସୂଚନାଯୋଗ୍ୟଯେ, ୫୦ ଲକ୍ଷରୁ ଅଧିକ ଉପଭୋକ୍ତା ଥିବା ଯେକୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ ଇଣ୍ଟରମିଡ଼ିଆରୀ ଭାବରେ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯିବା ଆବଶ୍ୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.