Home ଓଡ଼ିଶା CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପାଟର୍ଣ୍ଣରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ – ଜାଣନ୍ତୁ କ’ଣ

CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପାଟର୍ଣ୍ଣରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ – ଜାଣନ୍ତୁ କ’ଣ

146

ନୂଆ ଦିଲ୍ଲୀ ୦୯ ନଭେମ୍ବର (ଓଡ଼ିଆ ପୁଅ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ CBSE ୨୦୨୧ ପରୀକ୍ଷା ପାଟର୍ଣ୍ଣରେ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ଚଳିତ ଶିକ୍ଷା ବର୍ଷରୁ ଲାଗୁ ହେବ। ପରୀକ୍ଷାର ପାଟର୍ଣ୍ଣ/ ଢ଼ାଞ୍ଚାରେ ଏହି ପରିବର୍ତ୍ତନ ସାମ୍ପୁଲ ପେପର୍ସରେ ଦେଖିବାକୁ ମିଳିବ। ଯାହା ଅଫିସିଆଲ୍ ୱେବସାଇଟରେ ଆପଣ ସାମ୍ପୁଲ ପେପର୍ସ ମାଧ୍ୟମରେ ଦେଖିପାରିବେ। ଏହି ପରିବର୍ତ୍ତନ ଅନୁଯାୟୀ, କେବଳ ଦୁଇଟି ବିଭାଗରେ CBSE ଦଶମ ଶ୍ରେଣୀ ହିନ୍ଦୀ ବିଷୟ ପ୍ରଶ୍ନ ପଚରାଯିବ। ପ୍ରଥମ ବିଭାଗରେ କେବଳ ଅବଜେକ୍ଟିଭ୍ ପ୍ରଶ୍ନ ରହିବ ଯେତେବେଳେ ଦ୍ୱିତୀୟ ବିଭାଗରେ କ୍ଷୁଦ୍ର ଏବଂ ଲମ୍ବା ଉତ୍ତର ପ୍ରଶ୍ନ ପଚରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ, ହିନ୍ଦୀରେ ଚାରୋଟି ବିଭାଗରେ ପ୍ରଶ୍ନ ପଚରାଯାଇଥିଲା। ହିନ୍ଦୀର ପ୍ରଥମ ବିଭାଗରେ ୪୦ ମାର୍କ ଏବଂ ଦ୍ୱିତୀୟ ବିଭାଗରେ ୪୦ ମାର୍କ ରହିବ।

CBSE ମଧ୍ୟ ଦ୍ୱାଦଶ ଶ୍ରେଣୀର ଇଂରାଜୀ ବିଷୟ ଉପରେ ସମାନ ପରିବର୍ତ୍ତନ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଇଂରାଜୀରେ ତିନୋଟି ବିଭାଗରେ ପ୍ରଶ୍ନ ପଚରାଯାଉଥିଲା। କିନ୍ତୁ ବର୍ତ୍ତମାନ ପ୍ରଶ୍ନଗୁଡିକ ଦୁଇଟି ବିଭାଗରେ ପଚରାଯିବ। ପ୍ରଥମ ବିଭାଗରେ ବହୁବିକଳ୍ପ ପ୍ରଶ୍ନ ଏବଂ ଦ୍ୱିତୀୟ ବିଭାଗରେ କ୍ଷୁଦ୍ର ଏବଂ ଲମ୍ବା ଉତ୍ତର ପ୍ରଶ୍ନ ରହିବ। ଶିକ୍ଷାବର୍ଷ ୨୦୨୧ ପରୀକ୍ଷା ପାଇଁ CBSE ବୋର୍ଡ ଏହି ପରିବର୍ତ୍ତନ କରିଛି।

ଏହା ବ୍ୟତୀତ ଦ୍ୱାଦଶ ବାୟୋଲୋଜି ପରୀକ୍ଷା ପାଇଁ ପାଞ୍ଚ ବଦଳରେ ଚାରୋଟି ବିଭାଗ ରହିବ। ମିଳିତ ଭାବେ, ପ୍ରଶ୍ନ ସଂଖ୍ୟା ୨୭ ରୁ ୩୩ କୁ ବୃଦ୍ଧି କରାଯାଇଛି। ଏହିପରି, ମନୋବିଜ୍ଞାନରେ ଅବଜେକ୍ଟିଭ୍ ପ୍ରଶ୍ନ ସଂଖ୍ୟା ଚଳିତ ବର୍ଷ ୧୭ ରୁ ୨୧ କୁ ବୃଦ୍ଧି କରାଯାଇଛି।

ସେହିଭଳି ସିବିଏସ୍ଇ ବୋର୍ଡ କଳା ବିଭାଗର ଅନେକ ବିଷୟ ଉପରେ ପ୍ରଶ୍ନପତ୍ର ସଂଖ୍ୟା ହ୍ରାସ କରିଛି। ଏଥର ବୋର୍ଡର କ୍ଲାସ୍ ୧୨ ରେ ମଲ୍ଟିପୁଲ ଚଏସ୍ ପ୍ରଶ୍ନ ସଂଖ୍ୟା ୧୫ ରୁ ୧୮ କୁ ପରିବର୍ତ୍ତନ କରାଯାଇଛି। ଏଥିମଧ୍ୟରୁ କେବଳ ୧୪ ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ପରୀକ୍ଷାର ନିୟନ୍ତ୍ରକ ସୟମ ଭରଦ୍ୱାଜ କହିଛନ୍ତି ଯେ, ସାମ୍ପୁଲ ପେପର୍ସରେ ପରିବର୍ତ୍ତନ ବିଷୟରେ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.