Home Top News CBSE ଛାତ୍ରଚାତ୍ରୀଙ୍କ ପାଇଁ ବଡ ଖବର : ଆସନ୍ତା ବର୍ଷଠାରୁ ଗୋଟିଏ ଟର୍ମ ପରୀକ୍ଷା!

CBSE ଛାତ୍ରଚାତ୍ରୀଙ୍କ ପାଇଁ ବଡ ଖବର : ଆସନ୍ତା ବର୍ଷଠାରୁ ଗୋଟିଏ ଟର୍ମ ପରୀକ୍ଷା!

109

ନୂଆ ଦିଲ୍ଲୀ ୧୫-୪ (ଓଡ଼ିଆ ପୁଅ) CBSE ଛାତ୍ରଚାତ୍ରୀଙ୍କ ପାଇଁ ବଡ ଖବର। ଆସନ୍ତା ବର୍ଷଠାରୁ ଗୋଟିଏ ଟର୍ମ ପରୀକ୍ଷା ହେବ ବୋଲି ଇଣ୍ଡିଆନ୍ ଏକ୍ସପ୍ରେସ୍ ଏହାର ରିପୋର୍ଟରେ ଜଣେ ଅଧିକାରୀଙ୍କ ସୂତ୍ରରୁ ଦର୍ଶାଇଛି। ରିପୋର୍ଟରେ ଦର୍ଶାଯାଇଛିଯେ, ବିଦ୍ୟାଳୟଗୁଡ଼ିକରୁ ପ୍ରତିନିଧିତ୍ୱ ପାଇବା ପରେ ବୋର୍ଡ ଏକକ ପରୀକ୍ଷା ପ୍ୟାଟର୍ଣ୍ଣ ପୁନଃ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ବୋର୍ଡ ଏହା ଏପର୍ଯ୍ୟନ୍ତ ଔପଚାରିକ ଘୋଷଣା କରିନାହିଁ। କିନ୍ତୁ ଟର୍ମ-୨ ପରୀକ୍ଷା ଶେଷ ହେବା ପରେ ଏହା ଘୋଷଣା କରାଯିବ ବୋଲି ବିଶ୍ୱାସ କରାଯାଉଛି। ଅର୍ଥାତ୍ ପରବର୍ତ୍ତୀ ସେସନରୁ ପରୀକ୍ଷା ଦୁଇଟି ଟର୍ମରେ ହେବ ନାହିଁ।

ସୂଚନାଯୋଗ୍ୟଯେ, କରୋନା ଭୂତାଣୁ ସଂକ୍ରମଣ ହେତୁ, ଚଳିତ ବର୍ଷ ଅର୍ଥାତ୍ ୨୦୨୨-୨୩ ସେସନରେ ଦଶମ-ଦ୍ୱାଦଶ ପରୀକ୍ଷା ଦୁଇଟି ଟର୍ମରେ ବୋର୍ଡ ଦ୍ୱାରା ପରିଚାଳିତ ହେଉଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏଥି ସହିତ, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୨୬ ଏପ୍ରିଲରୁ ଅନୁଷ୍ଠିତ ହେବ। ଛାତ୍ରମାନଙ୍କୁ ଟର୍ମ-୨ ପରୀକ୍ଷା ପାଇଁ ଅଧିକ ଗୁରୁତ୍ତ୍ୱ ଦିଆଯିବ।

ବର୍ତ୍ତମାନ, ଯେହେତୁ ବିଦ୍ୟାଳୟଗୁଡ଼ିକ ସମ୍ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛନ୍ତି, ପରୀକ୍ଷା ମଧ୍ୟ ଗୋଟିଏ ଟର୍ମରେ ବର୍ଷକୁ ଥରେ କରାଯିବ।

ପୁନଶ୍ଚ ସୂଚନାଯୋଗ୍ୟଯେ, ଗତ ବର୍ଷ କରୋନା ହେତୁ ବୋର୍ଡ ଦ୍ୱାରା ସିଲାବସ୍ ମଧ୍ୟ ୩୦ ପ୍ରତିଶତ ହ୍ରାସ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.