Home ଓଡ଼ିଶା ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି, ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ...

ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି, ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବ

92

ନୂଆ ଦିଲ୍ଲୀ ୨୩-୧୦ (ଓଡ଼ିଆ ପୁଅ) ଆଜି ୪୧ ତମ ମ୍ୟାଚ୍ ଆଇପିଏଲରେ ଖେଳାଯିବ। ସାରଜା କ୍ରିକେଟ୍‌ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଇପିଏଲର ଦୁଇ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଉଛି। ଏହି ଦୁଇ ଦଳ ମଧ୍ୟରେ ସିଜନର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା ଯେଉଁଥିରେ ଚେନ୍ନାଇ ଜିତିଥିଲା। ତେବେ ଏହା ପରେ ଚେନ୍ନାଇର ଦଳ କ୍ରମାଗତ ଭାବେ ହାରି ଯାଇଥିଲା। ପ୍ରତ୍ୟେକ ଥର ପ୍ଲେ ଅଫ୍ ଖେଳୁଥିବା ଚେନ୍ନାଇ ସୁପର କିଙ୍ଗ୍ସ ଏହି ସମୟରେ ପଏଣ୍ଟ ଟେବୁଲ୍ ରେ ତଳେ ଅଛି। ଚେନ୍ନାଇ ଏପର୍ଯ୍ୟନ୍ତ ୧୦ ଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ କେବଳ ତିନୋଟି ମ୍ୟାଚ ଜିତିଛି। ଏଥି ସହିତ ମୁମ୍ବାଇ ଇଣ୍ଡିଆନ୍ସ ଦଳ ନଅଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ଛଅଟି ଜିତି ୧୨ ପଏଣ୍ଟ ସହ ତୃତୀୟ ସ୍ଥାନ ହାସଲ କରିଛି।
ମୁମ୍ବାଇ ଇଣ୍ଡିଆନ୍ସର ନିୟମିତ ଅଧିନାୟକ ରୋହିତ ଶର୍ମା ଆଜି ଅସୁସ୍ଥ ଥିବାରୁ କିରାନ ପୋଲାର୍ଡ ତାଙ୍କୁ ଅଧିନାୟକତ୍ୱ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.