Home ଅନୁଗୁଳ କୋରୋନା କଟକଣା ଯୋଗୁଁ ତାଳଚେରରେ ଫିକା ପଡ଼ିଲା ଦୁର୍ଗାପୂଜା

କୋରୋନା କଟକଣା ଯୋଗୁଁ ତାଳଚେରରେ ଫିକା ପଡ଼ିଲା ଦୁର୍ଗାପୂଜା

53

ତାଳଚେର,୨୩/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପାର୍ବଣର ଆଗମନରେ ମା ଦଶଭୂଜା ଧରାପୃଷ୍ଠକୁ ଅବତରଣ କରିଥିଲେ ମଧ୍ୟ ଚଳିତ ବର୍ଷ ମହାମାରୀ କୋରୋନାର ପ୍ରାର୍ଦୁଭାବରେ ପୂଜାମଣ୍ଡପରେ କୋଳାହଳ ନୀରବି ଯାଇଛି । ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ବିନା ଜନସାମାଗମରେ ସୀମିତ କାର‌୍ୟ୍ୟକର୍ତାଙ୍କ ମଧ୍ୟରେ ମାତା ଦଶଭୂଜାକୁ ଆରାଧନା କରିବାକୁ ପ୍ରଶାସନ ଅନୁମତି ଦେଇଥିବାରୁ ପୂଜା ମଣ୍ଡପଗୁଡିକରେ ୪ ଫୁଟ୍ ର ମାଆ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି । ପୂଜାମଣ୍ଡପ ଚାରିପଟେ କପଡା ଘୋଡାଯାଇ ମାଆଙ୍କ ଆରାଧନ କରାଯାଉଛି । ଶ୍ରଦ୍ଧାଳୁମାନେ ନିଜ ଘରେ ରହି ପୂଜା କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଚଳିତ ବର୍ଷ କଳାହୀରାର ସହର ତାଳଚେରରେ ମଧ୍ୟ କୋରୋନାର କଳାଛାୟାରେ ଫିକା ପଡି ଯାଇଛି ଏବର୍ଷର ଦୁର୍ଗା ପୂଜା । ତାଳଚେରର ଏମ୍‌.ସି.ଏଲ୍ ବଳରାମ,ହିଙ୍ଗୁଳା,ଭରତପୁର,ଜଗନ୍ନାଥ,ଅନନ୍ତ,ଲିଙ୍ଗରାଜ,ନନ୍ଦିରା,ତାଳଚେର କୋଲିୟରୀ,ସାଉଥ ବଲଣ୍ଡା,ଡେରା,ଦେଉଳବଡା ଆଦି ଖଣି ପକ୍ଷରୁ ୧୧ଟି ମଣ୍ଡପରେ ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ମଧ୍ୟରେ ମାଆଙ୍କ ପୂଜା କରାଯାଉଛି । ମାଆ ଆଦିଶକ୍ତିଙ୍କ ଷଷ୍ଠୀ ପୂଜା ପରେ ଶୁକ୍ରବାର ମହାସପ୍ତମୀ ପୂଜା ପାଳିତ ହେଉଛି । ଢୋଲ,ମହୁରୀ ଆଦି ପାରମ୍ପରିକ ବାଦ୍ୟ ନ ବଜାଇବାକୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବାରୁ କେବଳ ସୀମିତ ସମ୍ବଳ ମଧ୍ୟରେ ବିଧିରକ୍ଷା କରି ମାଆଙ୍କ ପୂଜା କରାଯାଉଛି । ଏହି ଅବସରରେ ଶନିବାର ମହାଅଷ୍ଟମୀ ପୂଜା ଅବସରରେ ଶ୍ରଦ୍ଧାଳୁମାନେ କୌଣସି ପୂଜା ମଣ୍ଡପକୁ ନ ଆସି ଘରେ ରହି ମାଆ ଦଶଭୂଜାଙ୍କ ପୂଜା କରିବାକୁ ଶ୍ରଦ୍ଧାଳୁମାନଙ୍କୁ ପୂଜାକମିଟି ଗୁଡିକ ପକ୍ଷରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.