Home Top News କାଲି କାଲି କହିକହି ଗଡ଼ୁଛି ଦିନ: ଘୋଷଣା ହୋଇପାରୁନି ଓଡ଼ିଶା ବିଜେପିର ନୂଆ ଟିମ୍ –...

କାଲି କାଲି କହିକହି ଗଡ଼ୁଛି ଦିନ: ଘୋଷଣା ହୋଇପାରୁନି ଓଡ଼ିଶା ବିଜେପିର ନୂଆ ଟିମ୍ – ବାଧକ ସାଜିଛନ୍ତି ଧର୍ମେନ୍ଦ୍ର!

102

ନୂଆଦିଲ୍ଲୀ/ଭୁବନେଶ୍ୱର: କାଲି କାଲି କହିକହି ଗଡ଼ୁଛି ଦିନ। ହେଲେ ଘୋଷଣା ହୋଇପାରୁନି ଓଡ଼ିଶା ବିଜେପିର ନୂଆ ଟିମ୍। ମନମୋହନ ସାମଲ ବିଜେପି ଓଡ଼ିଶାର ନୂତନ ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କଲେ। ସଭାପତି ପରିବର୍ତ୍ତନ ପରେ ରାଜ୍ୟ ଟିମ୍ ପରିବର୍ତ୍ତନ ଏକ ସ୍ବଭାବିକ ପ୍ରକ୍ରିୟା। ମନମୋହନ ତାଙ୍କ ନୂଆ ଟିମ୍ ଘୋଷଣା କରିବା କଥା। ଗତ ୨୩ ମାର୍ଚ୍ଚ ତାରିଖରେ ମନମୋହନ ସାମଲ ବିଜେପି ଓଡ଼ିଶାର ନୂତନ ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଜି ହେଲା ୨୩, ଜୁଲାଇ। ଅର୍ଥାତ୍ ୪ ମାସ ବିତିଗଲା। କିନ୍ତୁ, ଏ’ ପର୍ଯ୍ୟନ୍ତ ମନମୋହନ ସାମଲ ଘୋଷଣା କରିପାରିଲେ ନାହିଁ ତାଙ୍କ ନୂଆ ଟିମ୍। କୁହାଯାଉଛି ଏହାର ପ୍ରମୂଖ କାରଣ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ! ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ତଥା ନିଜକୁ ରାଜ୍ୟ ବିଜେପିର ମଙ୍ଗୁଆଳ ବୋଲାଉଥିବା ଧର୍ମେନ୍ଦ୍ର ପ୍ରଧାନ କୁଆଡ଼େ ରାଜ୍ୟ ବିଜେପିର ନୂତନ ଟିମ୍ ଘୋଷଣା ଦିଗରେ ବାଧକ ସାଜିଛନ୍ତି! ମନମୋହନ ସାମଲ ରାଜ୍ୟ ସଭାପତି ହେବା କୁଆଡ଼େ ମନ୍ତ୍ରୀଙ୍କର ଆଦୌ ହଜମ୍ ହୋଇନି! ମନ୍ତ୍ରୀ ଚାହୁଁଥିଲେ ତାଙ୍କ ଇଶାରାରେ ଚାଲୁଥିବା ପୂର୍ବ ପରି ଏକ ରବର୍ ଷ୍ଟାମ୍ପ୍ ସଭାପତି। କିନ୍ତୁ, ମନମୋହନ ଆଦୌ ବୋଲ ମାନିବା ଲୋକ ନୁହଁନ୍ତି! ମନ୍ତ୍ରୀ ମଧ୍ୟ ଚାହୁଁଛନ୍ତି ରାଜ୍ୟ ପଦାଧିକାରୀ ଟିମରେ ତାଙ୍କ ଅନୁଗତ ମାନେ ସ୍ଥାନ ପାଆନ୍ତୁ। ମନମୋହନ କିନ୍ତୁ ସଙ୍ଗଠନ ଢାଞ୍ଚାରେ ଟିମ୍ ଗଠନ କରିବାକୁ ଚାହୁଁଛନ୍ତି। ଯେଉଁଥିରେ ମନମୋହନ ସାମଲଙ୍କୁ ପୂର୍ଣ୍ଣ ସାଥ୍ ଦେଉଛନ୍ତି ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି ଏବଂ ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ। ଏମାନେ ସବୁ ଚାହୁଁଛନ୍ତି ସଙ୍ଗଠନ ଢାଞ୍ଚାରେ ବ୍ୟବସ୍ଥିତ ଢଙ୍ଗରେ ରାଜ୍ୟ ଟିମ୍ ଗଠନ। ମନ୍ତ୍ରୀ କିନ୍ତୁ ଚାହୁଁଛନ୍ତି ନିଜର ଅନୁଗତ। ସେଥିପାଇଁ କୁଆଡ଼େ ଘୋର୍ ବାଧା ସୃଷ୍ଟି କରୁଛନ୍ତି ପ୍ରଧାନେ! ଯେଉଁଥିପାଇଁ ଟିମ୍ ଘୋଷଣା ଦିଗରେ ହୋଇଚାଲିଛି ଅହେତୁକ ବିଳମ୍ବ!
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.