Home ଜିଲ୍ଲା ପରିକ୍ରମା ଆଗରପଡାର ଗାନ୍ଧୀ ରାମନାରାୟଣ ରାୟଙ୍କ ଜନ୍ମଜୟନ୍ତୀ ପାଳିତ

ଆଗରପଡାର ଗାନ୍ଧୀ ରାମନାରାୟଣ ରାୟଙ୍କ ଜନ୍ମଜୟନ୍ତୀ ପାଳିତ

16

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ଅଞ୍ଚଳ ର ବିଶିଷ୍ଠ ଗାନ୍ଧୀବାଦୀ ନେତା ତଥା ପୂର୍ବତନ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ଏବଂ ପୂର୍ବତନ ସରପଞ୍ଚ ରାମନାରାୟଣ ରାୟଙ୍କ ୮୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ମହତାବ ମେମୋରିହାଲ ହଲ୍ ପରିସରରେ ଆୟୋଜିତ ସଭାରେ ରାମନାରାୟଣ ରାୟ ଜୟନ୍ତୀ କମିଟିର ସଭାପତି ରବିନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀ ପୋଖରୀ ବିଧାୟକ ପ୍ରଫୁଲ୍ଳ ସାମଲ ଯୋଗ ଦେଇ କହିଲେ ଶ୍ରୀ ରାୟ ଆଗରପଡା ଅଞ୍ଚଳର ଜଣେ ନିଆଁରା ମଣିଷ । ପ୍ରତ୍ୟେକ ଦିନ ଅନ୍ୟର ମଙ୍ଗଳ କାମନା କରି ସ୍ଥାନୀୟ ଅନନ୍ତ ମାଧବଜିୟୁ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି । ଗାନ୍ଧିଜୀଙ୍କ ନୀତି ଆଦର୍ଶକୁ ଅନୁସରଣ କରି ତାଙ୍କ ପରିଣତ ବୟସରେ ମଧ୍ୟ ସମସ୍ତ କାର୍ଯ୍ୟ କରିବାକୁ ସକ୍ଷମ ହେବା ସହ ତାଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ଅଞ୍ଚଳରେ ବହୁ ଜନହିତକର କାର୍ଯ୍ୟ ହୋଇପାରିଛି ବୋଲି ବିଧାୟକ କହିଥଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଭଦ୍ରକ ଜିଲ୍ଳା ପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଳ ଜେନା, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ରାଜ୍ୟ ବିଜେପି ସଂପାଦକ ଅଭିମନ୍ୟୁ ସେଠୀ ,ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀନାରାୟଣ ଧଳ ପ୍ରମୁଖ ମଞ୍ଚାସୀନ ହୋଇ ଶ୍ରୀରାୟଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆଗରପଡା ମହା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ ଦାଶ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୂରଲୀଧର ପଣ୍ଡା,ଶିକ୍ଷାବିତ୍ତ ନାରାୟଣ ଚନ୍ଦ୍ର ଲେଙ୍କା,ବରିଷ୍ଠ ନାଗରିକ ରାମଚନ୍ଦ୍ର ନାୟକ,ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସମ୍ବାଦିକ ନିହାର ଦାସ,କ୍ଷିତିଶ୍ ସାମନ୍ତ ବେହେରା,ସମାଜସେବୀ ପ୍ରଦିପ ପୁହାଣ,ସହିଦ୍ ଭଗତ ସେନା,ରୟାଲ ଇଗଲ କ୍ଲବ,ଜନହିତକର ଯୁବକ ସଂଘକୁ ନିଜର କାର୍ଯ୍ୟ ଦକ୍ଷତା ପାଇଁ ରାମନାରାୟଣ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅବସରପ୍ରାପ୍ତ ଡେପୁଟି କଲେକ୍ଟର ପଦ୍ମନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ପ୍ରଫୁଲ୍ଲ ବିଶ୍ୱାଳ ମାନପତ୍ର ପଠନ କରିଥିଲେ । ଦିବସ ବ୍ୟାପି ସମସ୍ତ କାର୍ଯ୍ୟକୁ ହାଇକୋର୍ଟର ଆଇନଜିବୀ ମନୋଜ ରାୟ,ମାନସ ରାୟ,ତାପସ ରାୟ,ନୃସିଂହ ରାୟ,ଅଶୋକ ପରିଡା,ହେମନ୍ତ କୁମାର ସିଂହ,ଗୋପାଳ କୃଷ୍ଣ ଦାଶ,ଅମିୟ ରଞ୍ଜନ ରାମ,ଚିନ୍ମୟ ସିଂହ,ଉଦିପ୍ତ ରାୟ,ବସନ୍ତ ସିଂହ,ସୁରେଶ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସକାଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଅନ୍ତେବାସୀ ମାନଙ୍କୁ କମିଟି ପକ୍ଷରୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ ସହ ସମୂହ ଦୀପଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.