Home ଓଡ଼ିଶା ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର, ୫% ବଢ଼ିଲା ମହଁଗା ଭତ୍ତା

୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର, ୫% ବଢ଼ିଲା ମହଁଗା ଭତ୍ତା

950

ନୂଆଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଦିପାବଳୀ ପୂର୍ବରୁ ବଡ଼ ଉପହାର ଦେଇଛନ୍ତି। ଏହା ଉପରେ କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି। ମହଁଗା ଭତ୍ତା (Dearness Allowance) ୫ ପ୍ରତିଶତ ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଧ୍ୟକ୍ଷତାରେ କ୍ୟାବିନେଟ୍ ଏହି ୫ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଜୁଲାଇ ୨୦୧୯ ରୁ ମିଳିବ।

ମହଁଗା ଭତ୍ତାରେ ବୃଦ୍ଧି ସ୍ଥିର ଫର୍ମୁଲା ମୁତାବକ ହୋଇଛି ଏବଂ ଏହା ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗର ପରାମର୍ଶ ଉପରେ ଆଧାରିତ ଅଟେ। ଏହା ଫଳରେ ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏବଂ ୬୩ ଲକ୍ଷ ପେନ୍ସନଫଭୋଗୀଙ୍କୁ ଫାଇଦା ହେବ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି କି ସରକାର ଦିପାବଳୀ ପୂର୍ବରୁ କର୍ମଚାରିମାନଙ୍କୁ ଏହି ଉପହାର ଦେଇଛନ୍ତି। ଏହା ଫଳରେ ପ୍ରାୟତଃ ୧.୧୦ କୋଟି କର୍ମଚାରୀ ଏବଂ ପୂର୍ବତନ କର୍ମଚାରୀମାନଙ୍କୁ ଫାଇଦା ହେବ।

ଏହିପରି ଭାବରେ ଏବେ ୫ ପ୍ରତିଶତ ବୃଦ୍ଧି ହୋଇ ମହଁଗା ଭତ୍ତା ୧୭ ପ୍ରତିଶତ ହୋଇଛି। ଏହା ଜୁଲାଇ ୨୦୧୯ ରୁ ଲାଗୁ ହେବ। ଏହା ଫଳରେ ୧୬ ହଜାର କୋଟି ଟଙ୍କାର ଅତିରିକ୍ତ ଭାର ସରକାରଙ୍କ ଉପରେ ପଡ଼ିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.