Home ଓଡ଼ିଶା ୪୦ ଲକ୍ଷ ମେଟ୍ରିକ ଟନ ଚିନି ସଂଗ୍ରହ ଭଣ୍ଡାର ସୃଷ୍ଟି ଲାଗି କ୍ୟାବିନେଟର ଅନୁମୋଦନ

୪୦ ଲକ୍ଷ ମେଟ୍ରିକ ଟନ ଚିନି ସଂଗ୍ରହ ଭଣ୍ଡାର ସୃଷ୍ଟି ଲାଗି କ୍ୟାବିନେଟର ଅନୁମୋଦନ

140

– ଘରୋଇ ବଜାରରେ ଚିନି ଦର ବୃଦ୍ଧି ହେବ ନିୟନ୍ତ୍ରିତ
– ସଠିକ ସମୟରେ ପ୍ରାପ୍ୟ ପାଇବେ ଆଖୁ ଚାଷୀ

ନୂଆ ଦିଲ୍ଲୀ ୨୪-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ନିମ୍ନଲିଖିତ ପ୍ରସ୍ତାବଗୁଡିକୁ ଅନୁମୋଦନ କରିଛନ୍ତି।

୧. ଏକ ବର୍ଷ ପାଇଁ ୪୦ ଲକ୍ଷ ମେଟ୍ରିକ ଟନ ଚିନିର ସଂଗ୍ରହ ଭଣ୍ଡାର ସୃଷ୍ଟି ଏବଂ ଏହି ଉଦ୍ଦେଶ୍ୟରେ ଆନୁମାନିକ ଭାବେ ସର୍ବାଧିକ ୧୬୭୪ କୋଟି ଟଙ୍କାର ବ୍ୟୟ ବରାଦ। ତେବେ ବଜାର ଦର ଆଧାରରେ ଓ ଚିନିର ଉପଲବ୍ଧତା ଅନୁଯାୟୀ ଏଥିରେ ପରିବର୍ତ୍ତନ ଆଣିବା ତଥା ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ନେଇ ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ସମୀକ୍ଷା କରିପାରିବେ।

୨. ଏହି ଯୋଜନା ଅନୁଯାୟୀ ଚିନି କଳ ମାନଙ୍କଠାରୁ ଚାରି ମାସରେ ଥରେ ଅର୍ଥ ଆଦାୟ କରାଯିବ ଏବଂ ଆଖୁ ମୂଲ୍ୟ ଓ ଯଦି କିଛି ବକେୟା ରାଶି ଥାଏ ତେବେ ସେ ବାବଦ ଅର୍ଥ ଚାଷୀମାନଙ୍କ ବ୍ୟାhଙ୍କ ଖାତାକୁ ସିଧାସଳଖ ସ୍ଥାନାନ୍ତର କରାଯିବ।

ଲାଭ:

ଏହି ନିଷ୍ପତି ଫଳରେ ନିମ୍ନଲିଖିତ ଲାଭ ମିଳିବ:

୧) ଚିନି କଳମାନଙ୍କ ଚଳ ନିଧି କ୍ଷେତ୍ରରେ ଉନ୍ନତି ଆସିବ;

୨)ଘରୋଇ ଚିନି ବଜାରରେ ଦର ବୃଦ୍ଧିକୁ ନିୟନ୍ତ୍ରଣ କରାଯାଇ ଚିନି ଦରରେ ସ୍ଥିରତା ରକ୍ଷା କରାଯାଇ ପାରିବ ଏବଂ ଏହାଫଳରେ ସଠିକ ସମୟରେ ଆଖୁ ଚାଷୀଙ୍କ ପ୍ରାପ୍ୟ ପ୍ରଦାନ କରାଯିବ।

୩) ଚିନିକଳଗୁଡିକର ବକେୟା ଦର ପ୍ରଦାନ କରାଯିବା ଦ୍ୱାରା ଆଖୁ ଉତ୍ପାଦନ କରୁଥିବା ସମସ୍ତ ରାଜ୍ୟମାନଙ୍କୁ ଲାଭ ମିଳିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.