Home ଓଡ଼ିଶା ୨୦୧୯-୨୦ ଆଖୁ ଋତୁରେ ଚିନି କଳମାନଙ୍କ ଦେୟର ପାରିଶ୍ରମିକ ମୂଲ୍ୟ ନିର୍ଦ୍ଧାରଣକୁ କ୍ୟାବିନେଟର ଅନୁମୋଦନ

୨୦୧୯-୨୦ ଆଖୁ ଋତୁରେ ଚିନି କଳମାନଙ୍କ ଦେୟର ପାରିଶ୍ରମିକ ମୂଲ୍ୟ ନିର୍ଦ୍ଧାରଣକୁ କ୍ୟାବିନେଟର ଅନୁମୋଦନ

97

ନୂଆ ଦିଲ୍ଲୀ ୨୪-୭ (ଓଡ଼ିଆ ପୁଅ) ୨୦୧୯-୨୦ ଆଖୁ ଋତୁରେ ଚିନି କଳମାନଙ୍କ ସଠିକ୍ ଦେୟ ନିର୍ଦ୍ଧାରଣ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଅନୁମୋଦନ କରିଛନ୍ତି।

୨୦୨୯-୨୦ ଋତୁ ପାଇଁ ଆଖୁ ମୂଲ୍ୟ ନିର୍ଦ୍ଧାରଣ ଯୋଜନା ଅନ୍ତର୍ଗତ କୃଷି ମୂଲ୍ୟ ଓ ଦର କମିଶନ (ସିଏସିପି)ଙ୍କ ସୁପାରିଶ ଅନୁଯାୟୀ ୨୦୧୮ ଅଗଷ୍ଟରେ ପ୍ରଦାନ କରାଯାଇଥିବା ରିପୋର୍ଟ ଆଧାରରେ ପାରିଶ୍ରମିକ ମୂଲ୍ୟ ନିର୍ଦ୍ଧାରଣ କରାଯିବ। ଅସୁଲର ୧୦ ପ୍ରତିଶତ ଉଦ୍ଧ୍ୱର୍ରେ ପ୍ରତି ୦.୧ ପ୍ରତିଶତ ବୃଦ୍ଧି ପିଛା କ୍ୱିଂଟାଲ ପ୍ରତି ୨.୨୭ ଟଙ୍କା ପ୍ରିମିୟମ ପ୍ରଦାନ କରିବା ପାଇଁ ସିସିଇଏ ମଞ୍ଜୁରି ପ୍ରଦାନ କରିଛନ୍ତି।

ଲାଭ:

ଏହି ଅନୁମୋଦନ ଦ୍ୱାରା ଆଖୁ ଚାଷୀମାନଙ୍କୁ ଏକ ନିର୍ଦ୍ଧିଷ୍ଟ ମୂଲ୍ୟ ନିଶ୍ଚିତ କରାଯାଇ ପାରିବ। ଆଖୁ ନିୟନ୍ତ୍ରଣ ଆଦେଶ, ୧୯୬୬ ଅନୁଯାୟୀ ଆଖୁର ପାରିଶ୍ରମିକ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ଥାଏ। ସମଗ୍ର ଦେଶରେ ସମାନ ଭାବେ ଏହି ମୂଲ୍ୟ ଲାଗୁ କରାଯିବ। ଆଖୁ ଚାଷୀମାନଙ୍କ ଉପଯୁକ୍ତ ପାରିଶ୍ରମିକ ପାଇବା ଅଧିକାରକୁ ଆଖି ଆଗରେ ରଖାଯାଇ ଉପଯୁକ୍ତ ପାରିଶ୍ରମିକ ମୂଲ୍ୟ ନିର୍ଦ୍ଧାରଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.