Home ଓଡ଼ିଶା ୩ ବିମାନ ବନ୍ଦର-ଅହମ୍ମଦାବାଦ, ଲକ୍ଷ୍ନୌ ଓ ମାଙ୍ଗାଲୁରୁକୁ ସରକାରୀ-ଘରୋଇ ଭାଗିଦାରୀରେ ଲିଜ ପ୍ରଦାନ କରିବା ପ୍ରସ୍ତାବକୁ...

୩ ବିମାନ ବନ୍ଦର-ଅହମ୍ମଦାବାଦ, ଲକ୍ଷ୍ନୌ ଓ ମାଙ୍ଗାଲୁରୁକୁ ସରକାରୀ-ଘରୋଇ ଭାଗିଦାରୀରେ ଲିଜ ପ୍ରଦାନ କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି

307

ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ୩ ବିମାନ ବନ୍ଦର-ଅହମ୍ମଦାବାଦ, ଲକ୍ଷ୍ନୌ ଓ ମାଙ୍ଗାଲୁରୁକୁ ସରକାରୀ-ଘରୋଇ ଭାଗିଦାରିତାରେ (ପିପିପି) ସର୍ବାଧିକ ବିଡ ପ୍ରଦାନକାରୀ ଆଦାନୀ ଏଂଟରପ୍ରାଇଜେସ ଲିମିଟେଡକୁ ଲିଜ ପ୍ରଦାନ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ବିଡ ଦସ୍ତାବିଜର ସର୍ତାବଳୀ ଅନୁଯାୟୀ ଅଦାନୀ ଏଂଟରପ୍ରାଇଜେସ ଲିମିଟେଡକୁ ଏହି ବିମାନ ବନ୍ଦର ଗୁଡିକର ପରିଚାଳନା, କାର୍ଯ୍ୟକାରିତା ଓ ବିକାଶ ଲାଗି ୫୦ ବର୍ଷ ପାଇଁ ଲିଜ ପ୍ରଦାନ କରାଯିବ।

ପ୍ରଭାବ

ଏହାଫଳରେ ଏଏଆଇର ଆୟ ବୃଦ୍ଧି ପାଇବ ଏବଂ ଏହାଦ୍ୱାରା ଟାୟାର ୨ ଏବଂ ଟାୟାର ୩ ସହରମାନଙ୍କରେ ନିଯୁକ୍ତି ସୃଷ୍ଟି, ଭିତିଭୂମିର ବିକାଶ ଓ ନିବେଶ ବୃଦ୍ଧି ପାଇବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.