Home ଆନ୍ତର୍ଜାତୀୟ ସୁନାକୋଶୀ ନଦୀରେ ଖସିଲା ଯାତ୍ରୀବାହୀ ବସ୍ ୮ ମୃତ – ୩୪ ଯାତ୍ରୀ ଥିଲେ ବସରେ

ସୁନାକୋଶୀ ନଦୀରେ ଖସିଲା ଯାତ୍ରୀବାହୀ ବସ୍ ୮ ମୃତ – ୩୪ ଯାତ୍ରୀ ଥିଲେ ବସରେ

974

କାଠମାଣ୍ଡୁ ୩-୧୧ (ଓଡ଼ିଆ ପୁଅ) ପଡ଼ୋଶୀ ଦେଶ ନେପାଳରେ ଏକ ବଡ଼ ଦୁର୍ଘଟଣାର ଖବର ସାମନାକୁ ଆସିଛି। ଦେଶର ରାଜଧାନୀ କାଠମାଣ୍ଡୁ ନିକଟରେ ଏକ ବସ ସୁନାକୋଶୀ ନଦୀରେ ଭାରସାମ୍ୟ ହରାଇ ଖସିପଡ଼ିଛି। ଦୁର୍ଘଟଣା ସମୟ ବସରେ ୩୪ ଜଣ ଲୋକ ଯାତ୍ରା କରୁଥିଲେ। ତାଜା ଅପଡେଟ ମୁତାବକ ଏହି ଦୁର୍ଘଟଣାରେ ପ୍ରାୟତଃ ୮ ଜଣଙ୍କର ମୃତ୍ୟୁ ହୋଇଛି।

ଅନ୍ୟ ଲୋକମାନେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ବସ ଦୋଲକାହାରୁ କାଠମାଣ୍ଡୁ ଯାଉଥିଲା। ଦୁର୍ଘଟଣାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.