Home Top News ବସ୍ ଦୁର୍ଘଟଣାଗ୍ରସ୍ତ ୩୩ ଜଣଙ୍କର ମୃତ୍ୟୁ, ୪୦ ଗୁରୁତର ଆହତ

ବସ୍ ଦୁର୍ଘଟଣାଗ୍ରସ୍ତ ୩୩ ଜଣଙ୍କର ମୃତ୍ୟୁ, ୪୦ ଗୁରୁତର ଆହତ

355

ନୂଆ ଦିଲ୍ଲୀ ୧୯ ଜୁଲାଇ (ଓଡ଼ିଆ ପୁଅ) ମୁସଲମାନଙ୍କର ପ୍ରମୁଖ ପର୍ବ ଇଦ୍ ଛୁଟି ପାଇଁ ଘରକୁ ଯାଉଥିବା ବେଳେ ଏକ ବସ୍‌ ଦୁର୍ଘଟଣାରେ ୩୩ ଜଣଙ୍କର ପ୍ରାଣ ହାନୀ ଘଟିଥିବା ବେଳେ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା ବସ୍ ସୋମବାର ଦିନ କେନ୍ଦ୍ରୀୟ ପାକିସ୍ତାନର ଏକ ବ୍ୟସ୍ତବହୁଳ ରାଜପଥରେ ଏକ କଣ୍ଟେନର ଟ୍ରକ ସହିଚ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅତି କମରେ ୩୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି ବୋଲି ପୋଲିସ ଏବଂ ଉଦ୍ଧାର ଅଧିକାରୀମାନେ ପ୍ରକାଶ କରିଛନ୍ତି।

ବସ୍ ସିଆଲକୋଟ ସହର ଛାଡି ଟାଉନ୍ସା ରୋଡରେ ଯାତ୍ରା କରୁଥିଲା। ଏହା ଲକ୍ଷ୍ୟସ୍ଥଳ ପୂର୍ବ ପଞ୍ଜାବ ପ୍ରଦେଶର ଡେରା ଗାଜି ଖାନ ସହରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ଉଦ୍ଧାରକାରୀଦଳ ମୃତକମାନଙ୍କର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩୩ ଜଣଙ୍କ ମଧ୍ୟରେ ବସ୍ ଡ୍ରାଇଭର ମଧ୍ୟ ଅଛନ୍ତି ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

ଏହି ବସ୍‌ରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ଶ୍ରମିକ ଥିଲେ ଯେଉଁମାନେ ନିଜ ସହରକୁ ଇଦ୍ ପାଳନ କରିବାକୁ ଯାଉଥିଲେ ବୋଲି ଅଧିକାରୀମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.