Home ଓଡ଼ିଶା ପ୍ରବାସୀ ଓଡ଼ିଆଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା – ୪ ଗୁରତର

ପ୍ରବାସୀ ଓଡ଼ିଆଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା – ୪ ଗୁରତର

99

ରାୟଗଡ଼ା ୧୦-୯ (ଓଡ଼ିଆ ପୁଅ) : ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରତର ହୋଇଛନ୍ତି ବୋଲି କୁହାଯାଉଛି। ଖବର ଅନୁଯାୟୀ, ଏହି ବସଟି ବୌଦ୍ଧ ଓ ବଲାଙ୍ଗିରରୁ ଶ୍ରମିକମାନଙ୍କୁ ନେଇ ବସଟି ତାମିଲନାଡ଼ୁ ଅଭିମୁଖେ ଯାଉଥିଲା ଏବଂ ରାୟଗଡ଼ା ଜିଲ୍ଲା ୩୨୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ରାୟଗଡ଼ାର ଗୁମ୍ମା ଘାଟିରେ ଓଲଟି ପଡ଼ିଛି।
ଏହା ପୂର୍ବରୁ ଗଞ୍ଜାମରୁ ଗୁଜୁରାଟ ଯାଉଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଛତିଶଗଡ଼ର ରାୟପୁର ନିକଟରେ ବସଟି ଏକ ଟ୍ରକ ସହ ମୁହାମୁହିଁ ଧକ୍କା ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.