Home Top News ଭଦ୍ରକରେ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ବିରୋଧ: କଳା ପତାକା ପ୍ରଦର୍ଶନ କଲା ବିଜେପି

ଭଦ୍ରକରେ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ବିରୋଧ: କଳା ପତାକା ପ୍ରଦର୍ଶନ କଲା ବିଜେପି

109

ଭୁବନେଶ୍ୱର/ଭଦ୍ରକ: ଶୁକ୍ରବାର ଦିନ ବାଲେଶ୍ୱରରେ ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ବିଜୁ ସ୍ମାର୍ଟ କାର୍ଡ (ବିଏସକେୱାଇ) ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ଭଦ୍ରକ ଗସ୍ତରେ ଯାଇ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଥିଲେ। ଏଥିରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକର ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଚାନ୍ଦବାଲି ବିଧାୟକ ଡା: ବ୍ୟୋମକେଶ ରାୟ ମଧ୍ୟ ଉପସ୍ଥିତ ଥିଲେ।
ତେବେ, ଏହାକୁ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ କରି ତୀବ୍ର ବିରୋଧ କରାଯାଇଥିଲା। ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା: ପ୍ରଦୀପ କୁମାର ନାୟକ, ଭଗବାନ ପଣ୍ଡା, ତପନ ମହାନ୍ତି, ଶରତ ପଢ଼ିଆରୀ, ଦେବବ୍ରତ୍ତ ଦାସ, ଭଗବାନ୍ ପଣ୍ଡା, ଯୁବ ମୋର୍ଚ୍ଚା ସୋସିଆଲ୍ ମିଡିଆ ରାଜ୍ୟ ସଂଯୋଜକ ସୂର୍ଯ୍ୟବଂଶୀ ସୁରଜ ସେଠୀ, ଦେବଂଶୁ ରାଉତ, ଦିଲୁ ମହାନ୍ତି, ମିଲନ ସାହୁ, ଉଦୟ ମଲିକ, ତାଜୁ ଖାନ୍ ପ୍ରମୂଖ ଏହି ବିରୋଧ ପ୍ରଦର୍ଶନ କାର୍ଯ୍ୟକ୍ରମରେ ସାମିଲ୍ ଥିଲେ। ସେହିପରି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ସମେତ ଜିଲ୍ଲା ଉପାଧ୍ୟକ୍ଷା ଉଷା ପାଢ଼ୀ, ସାଧାରଣ ସମ୍ପାଦିକା ଲିପିକା ବାରିକ, ସମ୍ପାଦିକା ବିଷ୍ଣୁପ୍ରିୟା ଜେନା, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟା ମମତା ବେହେରା, ମହିଳା ମୋର୍ଚ୍ଚା ଜିଲ୍ଲା ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ଏହି ବିରୋଧ ପ୍ରଦର୍ଶନରେ ସାମିଲ୍ ହୋଇଥିଲେ।

ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଭାଗ ଭାଗ ହୋଇ ପୋଲିସକୁ ଚକମା ଦେଇ ବିରୋଧ ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥିଲା ମହିଳା ମୋର୍ଚ୍ଚା। ତେବେ, ପୋଲିସ୍ ଏମାନଙ୍କୁ କାବୁ କରି ନେଇଥିଲା। ପୋଲିସ୍ ଗିରଫ୍ କରୁଥିବା ସମୟରେ ସଭାନେତ୍ରୀ ହରପ୍ରିୟା ସାହୁଙ୍କ ସହିତ ଯୁବ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସହିତ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏପରିକି ପୋଲିସ୍ ଗାଡ଼ି ଭିତରକୁ ପଶିଯାଇ ବିଜେଡି କାର୍ଯ୍ୟକର୍ତ୍ତା ମାନେ ହରପ୍ରିୟା ସାହୁଙ୍କୁ ଟାର୍ଗେଟ୍ କରିଥିଲେ। ଭଉଣୀ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ପର୍ଯ୍ୟନ୍ତ ଏ’ ଲଢ଼େଇ ଜାରୀ ରହିବ। ପୋଲିସ୍ ଉପସ୍ଥିତିରେ ବିଜୁ ଗୁଣ୍ଡା ବାହିନୀର ଏ’ ଗୁଣ୍ଡାରାଜ୍ ଚଳିବ ନାହିଁ। ଡରିଗଲେ ମୁଖ୍ୟମନ୍ତ୍ରୀ! ଏହି ଡର ଆମକୁ ପସନ୍ଦ ଆସିଲା। ଏହା ପରିବର୍ତ୍ତନର ସଙ୍କେତ ବୋଲି କହିଛନ୍ତି ହରପ୍ରିୟା ସାହୁ।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.