Home ଜିଲ୍ଲା ପରିକ୍ରମା ଟ୍ରେଡ଼ ୟୁନିଅନର ସଂଯୁକ୍ତ କିଷାନ ମୋର୍ଚ୍ଚା ପୁରୀ ଶାଖା ପକ୍ଷରୁ ବିଜୟ ଦିବସ ପାଳିତ

ଟ୍ରେଡ଼ ୟୁନିଅନର ସଂଯୁକ୍ତ କିଷାନ ମୋର୍ଚ୍ଚା ପୁରୀ ଶାଖା ପକ୍ଷରୁ ବିଜୟ ଦିବସ ପାଳିତ

80

ପୁରୀ ୨୭ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଟ୍ରେଡ଼ ୟୁନିଅନର ସଂଯୁକ୍ତ କିଷାନ ମୋର୍ଚ୍ଚା ପୁରୀ ଶାଖା ପକ୍ଷରୁ ଆଜି ବିଜୟ ଦିବସ ପାଳନ କରାଯାଇଛି। କେନ୍ଦ୍ର ସରକାର ବିରୋଧିଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ କଳା କୃଷି ଆଇନକୁ ପ୍ରତ୍ୟାହାର ନେଇ ଘୋଷଣା କରିଥିବା ହେତୁ ଏହାକୁ ବିଜୟ ଦିବସ ଭାବେ କୃଷକ ସଙ୍ଗଠନମାନେ ପାଳନ କରୁଛନ୍ତି। ତେବେ କେଵଳ କୃଷି ଆଇନ ନୁହେଁ ନୂଆ ଶ୍ରମିକ ଆଇନକୁ ମଧ୍ୟ କେନ୍ଦ୍ର ସରକାର ପ୍ରତ୍ୟାହାର ନ କଲେ ଆହୁରି ଜୋରଦାର ଆନ୍ଦୋଳନ ହେବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପୁରୀ ଶାଖା ପକ୍ଷରୁ କୁହାଯାଇଛି। ସେହିପରି MSP ଆଇନ କାର୍ଯ୍ୟକାରୀ, ଲକ୍ଷ୍ମୀପୁରଖେରି କୃଷକ ଗଣହତ୍ୟାର ନିରପେକ୍ଷ ତଦନ୍ତ ଦାବି ମଧ୍ୟ କରାଯାଇଛି। ପୁରୀରେ ଥିବା ବିଭିନ୍ନ ବାମଦଳ ର ପ୍ରମୁଖ ନେତା ଶ୍ରୀକାନ୍ତ ପରିଜା, ଶରତ ରାୟଗୁରୁ, ଜଗନ୍ନାଥ ଦେଓ ପ୍ରମୂଖ ଙ୍କ ନେତୃତ୍ୱରେ ପୁରୀ ଜିଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ୨୬ ନଭେମ୍ବର କୁ ବିଜୟ ଦିବସ ଭାବେ ମିଳିତ କିଷାନ ମୋର୍ଚ୍ଚା ପୁରୀ ଶାଖା ପକ୍ଷରୁ ପାଳନ କରାଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.