Home ଓଡ଼ିଶା ଦୁଃଖଦ ଘଟଣା: ପୋଖରୀରେ ବୁଡ଼ି ଭାଇଭଉଣୀଙ୍କର ମୃତ୍ୟୁ

ଦୁଃଖଦ ଘଟଣା: ପୋଖରୀରେ ବୁଡ଼ି ଭାଇଭଉଣୀଙ୍କର ମୃତ୍ୟୁ

1496

ମାଲକାନଗିରି ୧୧-୧ (ଓଡ଼ିଆ ପୁଅ): କାଲିମେଳା ଥାନା ଅନ୍ତର୍ଗତ ସାଲିମାରୀ କୁଣ୍ଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଏକା ସଙ୍ଗେ ଭାଇଭଉଣୀଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସେହି ଗ୍ରାମର ଦେବା ମାଡ଼କାମୀଙ୍କ ପାଞ୍ଚ ବର୍ଷର ପୁଅ ବିବେକ ମାଡ଼କାମୀ ଓ ତାଙ୍କ ଘରକୁ ଆସିଥିବା ଉସୁକା ପାଲି ଗ୍ରାମର ବଜା ପଡ଼ିଆମୀଙ୍କର ୬ ବର୍ଷର ଝିଅ ରାମେ ପଡ଼ିଆମୀ ଏ ଦୁହେଁ ଗତକାଲି ଅପରାହ୍ନରେ ଗାଁମୁଣ୍ଡକୁ ଖେଳିବାକୁ ଯାଇଥିଲେ। ସେମାନେ ସଂଧ୍ୟା ପର୍ଯ୍ୟନ୍ତ ନ ଆସିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ଖୋଜାଖୋଜି କଲାପରେ ରାତ୍ରରେ ନିକଟସ୍ଥ ପୋଖରୀକୁ ଯାଇ ସେଠି ମଧ୍ୟ ଖୋଜିଥିଲେ। ସେଠି ଖୋଜିଲା ପରେ ପୋଖରୀ କ’ଣ ଭାସୁଥିବାର ଦେଖି ଗ୍ରାମବାସୀମାନେ ଦେଖିଲା ବେଳକୁ ସେହି ଦୁଇ ଭାଇଭଉଣୀଙ୍କ ଶବ ଭାସୁଥିବାର ଦେଖି ଦୁହିଁକୁ ପୋଖରୀରୁ ଉଦ୍ଧାର କରି କାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ଏବଂ ପୋଲିସ୍ କୁ ଖବର ଦେଇଥିଲେ। ତେବେ ଏହି ଦୁଃଖଦ ଘଟଣା ପରେ ଉଭୟ ସାଲିମାରୀ କୁଣ୍ଡା ଏବଂ ଉସୁକା ପାଲି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.