Home ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର କାର୍ଯ୍ୟ ସମୀକ୍ଷା ବୈଠକ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର କାର୍ଯ୍ୟ ସମୀକ୍ଷା ବୈଠକ

173

ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) କେନ୍ଦ୍ର ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର କାର୍ଯ୍ୟକାରିତା, ସଂଶୋଧିତ ଶୁଳ୍କ ନୀତି ତଥା ବିଦ୍ୟୁତ ସଂଶୋଧନ ବିଲ ୨୦୨୦ ଦ୍ଵାରା ଉପୁଜୁଥିବା ସମସ୍ୟାର ସମାଧାନ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖାଉଟିମାନଙ୍କର ହିତକୁ ଧ୍ୟାନରେ ରଖି କାର୍ଯ୍ୟ ଦକ୍ଷତା ବୃଦ୍ଧି ସହ ଶକ୍ତି କ୍ଷେତ୍ରରେ ଆର୍ଥିକ ସ୍ଥାୟିତ୍ଵ ଉପରେ ଗୁରୁତ୍ଵ ଦେଇଛନ୍ତି। ସେ କହିଛନ୍ତି ଯେ, ଶକ୍ତି କ୍ଷେତ୍ରରେ ବିଦ୍ୟୁତ ବଣ୍ଟନକୁ ନେଇ ଉପୁଜିଥିବା ସମସ୍ୟା ବିଭିନ୍ନ ଅଞ୍ଚଳ ଓ ରାଜ୍ୟରେ ଅଲଗା। ସେ ଦୃଷ୍ଟିରୁ ସମସ୍ୟାର ଏକୀକୃତ ସମାଧାନ ନକରି ରାଜ୍ୟଗୁଡ଼ିକର ଆବଶ୍ୟକତା ଅନୁସାରେ ସମସ୍ୟାର ସମାଧାନ କରିବା ସହ ଦକ୍ଷତା ବୃଦ୍ଧି କରାଯିବା ଆବଶ୍ୟକ।

ଡ଼ିସକମ ଯେପରି ତାହାର କାର୍ଯ୍ୟଶୈଳୀ ସମ୍ପର୍କରେ ସମୟାନୁସାରେ ଲୋକମାନଙ୍କୁ ଅବଗତ କରାଇବ ତାହା ସୁନିଶ୍ଚିତ କରିବା ପାଇଁ ସେ ଶକ୍ତି ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି। ସେ ଶକ୍ତି କ୍ଷେତ୍ରରେ ବ୍ୟବହୃତ ଯନ୍ତ୍ରପାତି ସ୍ଵଦେଶୀ ହେବା ଉପରେ ଗୁରୁତ୍ଵାରୋପ କରିଛନ୍ତି।

କୃଷି କ୍ଷେତ୍ରରେ ନୂତନ ଓ ଅକ୍ଷୟ ଶକ୍ତିର ପ୍ରୟୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି। କୃଷି କ୍ଷେତ୍ରର ସୌରଚାଳିତ ପମ୍ପଠାରୁ ଆରମ୍ଭ କରି ଶୀତଳ ଭଣ୍ଡାରଗୁଡିକୁ ସୌରଚାଳିତ କରିବା ଉପରେ ସେ ଜୋର ଦେଇଛନ୍ତି। ସେ ପ୍ରତ୍ୟେକ ରାଜ୍ୟର ରାଜଧାନୀ ଅଥବା ପର୍ଯ୍ୟଟନ ସ୍ଥଳୀକୁ ସଂପୂର୍ଣ୍ଣ ସୌରଶକ୍ତି ପରିଚାଳିତ ନଗରୀରେ ପରିଣତ କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତି। ଛାତ ଉପରେ ସୋଲାର ପ୍ୟାନେଲମାନ ବସାଇ ସୌର ଶକ୍ତି ଆହରଣ କରାଯାଇପାରିବ ବୋଲି ସେ କହିଛନ୍ତି। ଦେଶରେ ପରିବେଶ ବିକାଶ ସହିତ ଇନଗଟ, ୱେଫର ଓ ସେଲ ପ୍ରଭୃତିର ଉତ୍ପାଦନ ହୋଇପାରିଲେ, ଏହା କର୍ମ ସଂସ୍ଥାନ ବୃଦ୍ଧି କରିବା ସହିତ ଅନେକ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲଦାଖକୁ କାର୍ବନ ବିହୀନ କରିବା ପାଇଁ ଯୋଜନା ତ୍ୱରାନ୍ୱିତ କରିବା ସହ ସୌର ଓ ପବନ ଚାଳିତ ଶକ୍ତିର ଉପଯୋଗ କରି ଉପକୂଳ ଅଞ୍ଚଳରେ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.