Home ଓଡ଼ିଶା ଏସି ନେଲା ଜୀବନ: ସର୍ଟ ସର୍କିଟ ଯୋଗୁଁ ସମବାୟ ନେତା ଅଲେଖ ଚୌଧୁରୀଙ୍କ ସମେତ ୩...

ଏସି ନେଲା ଜୀବନ: ସର୍ଟ ସର୍କିଟ ଯୋଗୁଁ ସମବାୟ ନେତା ଅଲେଖ ଚୌଧୁରୀଙ୍କ ସମେତ ୩ ମୃତ

343

ଭୁବନେଶ୍ୱର/ବ୍ରହ୍ମପୁର: ବ୍ରହ୍ମପୁର ଅଞ୍ଚଳର ପରିଚିତ ସମବାୟ ନେତା ଅଲେଖ ଚୌଧୁରୀଙ୍କ ସମେତ ୩ ଜଣଙ୍କର ସର୍ଟ ସର୍କିଟ ଯୋଗୁଁ ମୃତ୍ୟୁ ଘଟିଛି। ବ୍ରହ୍ମପୁର ଗୋଷାଣିନୂଆଗାଁ ପାଣିଗ୍ରାହୀ ସାହିରେ ଥିବା ତାଙ୍କ ଘରେ ଏସିରେ ସର୍ଟ ସର୍କିଟ ହୋଇ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଅଲେଖ ଚୌଧୁରୀଙ୍କ ସମେତ ତାଙ୍କ ଶଳା ଭଗବାନ ପାତ୍ର (୮୫) ଏବଂ ଘରେ କାମ କରୁଥିବା ସୁନୀଲ ବେହେରା (୨୦)ଙ୍କ ମୃତ୍ୟୁ ଘଟିଛି। ଅଲେଖ ତାଙ୍କ ପତ୍ନୀଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିବା ଭିତରେ ଶ୍ୱାସରୄଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଏବେ ଗୁରୁତ୍ୱର ଆହତ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି।

ମୃତ୍ୟୁ ବେଳକୁ ଅଲେଖ ଚୌଧୁରୀଙ୍କୁ ୬୯ ବର୍ଷ ହୋଇଥିଲା। ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରହି ସାରିଥିବା ଅଲେଖ ଚୌଧୁରୀ ପରେ ବିଜେଡିରେ ଯୋଗ ଦେଇଥିଲେ। ସେ କଂଗ୍ରେସ ଟିକେଟରେ ଏକାଧିକ ଥର ବିଧାୟକ ଭାବରେ ନିର୍ବାଚନ ଲଢ଼ି ସାରିଛନ୍ତି। ସମବାୟ ନେତା ଭାବରେ ଗଞ୍ଜାମ ଜିଲ୍ଲାରେ ପରିଚିତ ଅଲେଖ ଚୌଧୁରୀ ପିସିସି ବ୍ୟାଙ୍କ ସଭାପତି ଥିଲେ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.