Home ଓଡ଼ିଶା Breaking: ସାମୁଦ୍ରିକ ଝଡ଼ ‘ବାୟୁ’ ଦୀଗ ବଦଳାଇଲା: ଗୁଜରାତର କଚ୍ଛ ଆଡ଼କୁ ମୁଁହାଇଲା

Breaking: ସାମୁଦ୍ରିକ ଝଡ଼ ‘ବାୟୁ’ ଦୀଗ ବଦଳାଇଲା: ଗୁଜରାତର କଚ୍ଛ ଆଡ଼କୁ ମୁଁହାଇଲା

2190

ପୋରବନ୍ଦର ୧୪-୬ (ଓଡ଼ିଆ ପୁଅ) ସାମୁଦ୍ରିକ ଝଡ଼ ‘ବାୟୁ’ ତା’ର ଦୀଗ ବଦଳାଇଛି। ଗୁଜରାତର କଚ୍ଛ ଆଡ଼କୁ ମୁଁହାଇଛି। ଗୁଜରାତର କଚ୍ଛରେ ସ୍ଥଳଭାଗକୁ ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ନ୍ୟୁଜ ଏଜେନ୍ସୀ ପିଟିଆଇ ମୁତାବକ, ଶନିବାର ଦିନ ସ୍ଥଳ ଭାଗକୁ ଚୁଇଁବାର ଅନୁମାନ କରାଯାଉଛି। ଏହି ସାମୁଦ୍ରିକ ଝଡ଼ ଗୁଜରାତର ପୋରବନ୍ଦର ଏବଂ ଦ୍ଵାରକାକୁ ମଧ୍ୟ ପ୍ରଭାବିତ କରିବ। ମାନା ଯାଉଛିଯେ, ଏହା ପୋରବନ୍ଦର ଏବଂ ଦେବଭୂମି ଦ୍ଵାରକାକୁ ପ୍ରଭାବିତ କରି ପଶ୍ଚିମ ଆଡ଼କୁ ବଢ଼ୁଛି। ଆସନ୍ତା ୪୮ ଘଣ୍ଟାରେ ଏହା ପଶ୍ଚିମ ଆଡ଼କୁ ବଢ଼ିବ ଏବଂ ତା’ ପରେ ଉତ୍ତର-ପୂର୍ବ ଆଡ଼କୁ ବଢ଼ିବ। ଏହାକୁ ନେଇ କରି ଗୁଜରାତ ରାଜ୍ୟର ପ୍ରଶାସନ ଆଲର୍ଟରେ ଅଛନ୍ତି। ଅବଶ୍ୟ, ଗୁରୁବାର ସକାଳେ ଆଶ୍ୱସ୍ତିପୂର୍ଣ୍ଣ ଖବର ଆସିଥିଲା କି ବାୟୁର ପ୍ରଭାବ ସମ୍ପୂର୍ଣ୍ଣ ରାଜ୍ୟରେ ନୁହେଁ କିନ୍ତୁ ତଟୀୟ ଅଞ୍ଚଳରେରେ ହିଁ ଏହାର ପ୍ରଭାବ ଦେଖିବାକୁ ମିଳିପାରେ। କୌଣସି ମଧ୍ୟ ବିପଦର ସାମନା କରିବା ପାଇଁ NDRFର ୫୨, SDRFର ୯, SRP ର ୧୪ କଂପାନୀ ନିଯୁକ୍ତ ଅଛନ୍ତି। କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କ ସହିତ ମିଶିକରି କାମ କରୁଛନ୍ତି।

୨୪ ଘଣ୍ଟା ଗୁରୁତ୍ତୱପୂର୍ଣ୍ଣ – ଗୁଜରାତର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସାମୁଦ୍ରିକ ଝଡ଼ ବାୟୁ ଉପରେ ହୋଇଥିବା ବୈଠକରେ କହିଥିଲେ କି ପାଣପାଗ ବିଭାଗ ମୁତାବକ ଗୁଜରାତ ଉପରେ ବିପଦ ନେଇ ଆସୁଥିବା ସାମୁଦ୍ରିକ ଝଡ଼ ବାୟୁ ଏବେ ଓମାନ ଆଡ଼କୁ ମୁହାଁଇଛି। କିନ୍ତୁ ଏହାର ପରେ ମଧ୍ୟ ଆସନ୍ତା ୨୪ ଘଣ୍ଟା ଗୁଜରାତ ପାଇଁ ବିପଦ ରହିବ। ଏହି ସମୟରେ ସ୍ଥାନୀୟ ପ୍ରଶାସନ ଏବଂ ଏନଡିଆରଏଫର ଟିମ୍ ହାଇ ଆଲର୍ଟରେ ରୁହନ୍ତୁ। ପ୍ରଭାବିତ ୧୦ଟି ଜିଲ୍ଲାମାନଙ୍କରେ ସମସ୍ତ ସ୍କୁଲ, କଲେଜ ଶୁକ୍ରବାରଦିନ ମଧ୍ୟ ବନ୍ଦ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.