Home ଓଡ଼ିଶା ସଡ଼କ ଦୁର୍ଘଟଣା : ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ୧ ମୃତ ୧ ଗୁରୁତର

ସଡ଼କ ଦୁର୍ଘଟଣା : ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ୧ ମୃତ ୧ ଗୁରୁତର

1161

ନୂଆପଡ଼ା/ସିନାପାଲି-୧୪-୬ (ଓଡ଼ିଆ ପୁଅ/ହେରାମ୍ବ ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗଣ୍ଡାବାହାଳି ନିକଟରେ ସଡ଼କ ଦୁର୍ଘଟଣା। ସିନାପାଲି ପୋଲିସର ସୂଚନା ଅନୁସାରେ କୁଳିଙ୍ଗାମାଲ ଗାଁର ଉମେଶ ଭରା ସଗରିଆ ଖଡ଼ିଆଳକୁ ଯାଉଥିବାବେଳେ କିରିକିଟା ଗ୍ରାମର କବି ମାଝି ଗଣ୍ଡାବାହାଳିକୁ ଆସୁଥିଲେ ଓ ଗଣ୍ଡାବାହାଳି ନିକଟରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହି ଛିଟିକି ପଡ଼ିଥିଲେ। ପୋଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଖଡ଼ିଆଳ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ କବି ମାଝି ଗୁରୁତର ଥିବାବେଳେ ଉମେଶ ଭରା ସଗରିଆଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହେବା ସହିତ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି।