Home ଅପରାଧ ଅଳିଆ ଗଦାରେ ବୋମା: ବିସ୍ଫୋରଣରେ ବାଳକ ଗୁରୁତର

ଅଳିଆ ଗଦାରେ ବୋମା: ବିସ୍ଫୋରଣରେ ବାଳକ ଗୁରୁତର

705

ବ୍ରହ୍ମପୁର: ୧୯/୦୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆଜି ଅପରାହ୍ନରେ କୋଦଳା ଥାନା ଅନ୍ତର୍ଗତ ମର୍ଦମେଖ ପଞ୍ଚାୟତ ର ଦିଗି ଗ୍ରାମ ରେ କିଛି ବାଳକ ଖେଳୁଥିବା ସମୟ ରେ ବୋମା ଫୁଟି ଜଣେ ଦଶ ବର୍ଷ ର ବାଳକ ଗୁରୁତର ହୋଇଛି। ଦିଗି ଗ୍ରାମର ଦିବାକର ସେଠୀଙ୍କ ୧୦ ବର୍ଷର ପୁଅ ନାରାୟଣ ସେଠୀ ଖେଳୁଥିବା ସମୟ ରେ ପାଖରେ ଥିବା ଅଳିଆ ଭିତରେ ଏକ ଟାଣ ଜିନିଷ ଧରିଥିଲା ଏବଂ ତାହା ବିସ୍ପୋରଣ ଘଟିଥିଲା ଯାହା ଫଳ ରେ ପିଲାଟି କିଛି ଦୂରକୁ ଛିଟିକି ପଡିଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ଗ୍ରାମର ଲୋକେ ଦଉଡି ଆସି ଉକ୍ତ ବାଳକ କୁ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ କିନ୍ତୁ ପିଲାଟି ର ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରଯାଇଥିଲା। କୋଦଳା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ତଦନ୍ତ କରି ଏହା ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅପରାଧିମାନେ ବୋମା, ମାରଣାସ୍ତ୍ର, ମାଉଜର ଇତ୍ୟାଦି ଧରି ନିଜ କାରନାମା ଜାରୀ ରଖିଥିବା ଅଭିଯୋଗ ହେଉଛି। ପୋଲିସ ଏହି ଦିଗ ପ୍ରତି ଉଦାସୀନ ରହିଛି। ତେବେ ନିର୍ବାଚନ ପୂର୍ବରୁ ବନ୍ଧୁକ ରଖିଥିବା ବ୍ୟକ୍ତିମାନେ ତାହା ନିକଟସ୍ଥ ଥାନାରେ ଜିମା ଦେବାକୁ ପଦକ୍ଷେପ ନିଆଯାଉଥିବା ପୋଲିସ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.