Home Coronavirus Outbreak ଖ୍ୟାତନାମା ବଲିଉଡ କୋରିଓଗ୍ରାଫର ସରୋଜ ଖାନଙ୍କ ୭୧ ବର୍ଷରେ ନିଧନ

ଖ୍ୟାତନାମା ବଲିଉଡ କୋରିଓଗ୍ରାଫର ସରୋଜ ଖାନଙ୍କ ୭୧ ବର୍ଷରେ ନିଧନ

131

ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ଖ୍ୟାତନାମା ବଲିଉଡ କୋରିଓଗ୍ରାଫର ସରୋଜ ଖାନଙ୍କ ହୃଦଘାତ କାରଣରୁ ନିଧନ ହୋଇଯାଇଛି। ମୃତ୍ୟୁ ବୋଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ତିନିଥର ଜାତୀୟ ପୁରସ୍କାର ସରୋଜ ଖାନ୍ ହିନ୍ଦୀ ସିନେମାର କିଛି ସ୍ମରଣୀୟ ଗୀତକୁ କୋରିଓଗ୍ରାଫ୍ କରିଥିଲେ। କିଛି ଦିନ ହେବ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ।

ଶ୍ୱାସକ୍ରିୟାରେ ସମସ୍ୟା ଥିବା ଅଭିଯୋଗ ହେବା ପରେ ତାଙ୍କୁ ଗତ ଶନିବାର ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର COVID-୧୯ ଟେଷ୍ଟ ନେଗେଟିଭ୍ ଆସିଥିଲା।

ତାଙ୍କର ହୃଦ୍‌ଘାତ କାରଣରୁ ପ୍ରାୟ ୨.୩୦ ରେ ମୃତ୍ୟୁ ହୋଇଛି।

ଚାରି ଦଶନ୍ଧି ଧରି ବଲିଉଡ଼୍ କ୍ୟାରିୟରରେ, ଖାନ ସଞ୍ଜୟ ଲୀଲା ଭନସାଲୀଙ୍କ ଦେବଦାସରେ ଡୋଲା ରେ ଡୋଲା, ମାଧୁରୀ ଦୀକ୍ଷିତ ଅନିଲକାପୁରଙ୍କ ତେଜାବର ଏକ୍ ଦୋ ତିନ୍ ଏବଂ ୨୦୦୭ ରେ ଜବ୍ ୱି ମେଟ, ୨୦୦୦ ର ୟେ ଇଶ୍କ ହୈ ରେ କୋରିଓଗ୍ରାଫି କରି ସମ୍ମାନିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.