Home ଓଡ଼ିଶା ଭଉଣୀ ମୋବାଇଲ ନଦେବାରୁ ସାନ ଭାଇର ଆତ୍ମହତ୍ୟା

ଭଉଣୀ ମୋବାଇଲ ନଦେବାରୁ ସାନ ଭାଇର ଆତ୍ମହତ୍ୟା

140

ପାଟଣା ୨-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ଗ୍ରାମରେ ଗୁରୁବାର ଶୋଇବାଘରୁ ଜଣେ ୧୪ ବର୍ଷ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳକ ହେଉଛନ୍ତି ମୟୁରଭଞ୍ଜ ଜିଲା କୁସୁମୀ ଗ୍ରାମର ମାନସ କୁମାର ମହାନ୍ତଙ୍କ ପୁଅ ଟି ମୋହିତ ମହାନ୍ତ।

ସୂଚନା ଅନୁଯାୟୀ ମାନସ ପଲାଣିଘାଟି ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ପୋଲାଣ ଘାଟି ଗ୍ରାମରେ ସେ ଭଡା ଘରେ ରହୁଥିଲେ। ମାନସ ସ୍ତ୍ରୀ ଙ୍କୁ ନେଇ ଗାଁ କୁ ଯାଇଥିବା ବେଳେ ଘରେ ଭଉଣୀ ଭାଇ ରହୁଥିଲେ। ବୁଧବାର ରାତ୍ରୀରେ ଟି, ମୋହିତ ବଡ଼ଭଉଣୀଙ୍କୁ ମୋବାଇଲ ମାଗିଥିଲେ। ଏନେଇ ଭାଇ ଭଉଣୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଗୁରୁବାର ସକାଳୁ ଭାଇ ଶୋଇବା ଘର କବାଟ ନଖୋଲିବାରୁ ଭଉଣୀ ଲୋକଙ୍କୁ ଡକାଇ କବାର ଭାଙ୍ଗି ଦେଖିବାରୁ ଭାଇ ତା ଚୁନିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲା।

ଖବର ପାଇ ଘଟଣା ସ୍ଥଳରେ ଘଟଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.