Home Top News ଉପାସନାଙ୍କ ବାହାଘରରେ ନାଚିଲେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ

ଉପାସନାଙ୍କ ବାହାଘରରେ ନାଚିଲେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ

101

ଭୁବନେଶ୍ୱର/ଯୋଧପୁର: ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନାଙ୍କ ବାହାଘରରେ ସାମିଲ ହୋଇଥିଲେ ବଲିଉଡ ଅଭିନେତ୍ରୀ ଦିଶା ପଟାନୀ। ବିବାହରେ ବରଯାତ୍ରୀ ସାଜି ଧୁମ ନାଚିଥିଲେ ଦିଶା। ତାଙ୍କର କିଛି ଫଟୋ ଏବଂ ଭିଡିଓକୁ ସେ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। କେବଳ ବିବାହ ନୁହେଁ ବିବାହ ପୂର୍ବରୁ ହୋଇଥିବା ଅନ୍ୟ ସେରିମୋନୀରେ ମଧ୍ୟ ଦିଶା ସାମିଲ ହୋଇଥିଲେ। ପ୍ରକୃତରେ ଦିଶା ହେଉଛନ୍ତି ଉପାସନାଙ୍କ ସ୍ୱାମୀ ଶୁଭ୍ରାଂସୁଙ୍କ ଜଣେ ଭଲ ବନ୍ଧୁ ବୋଲି ଜଣାପଡ଼ିଛି।

ନିକଟରେ ହାତକୁ ଦି’ ହାତ ହୋଇଛନ୍ତି ଉପାସନା ମହାପାତ୍ର। ରାଜସ୍ଥାନ ଯୋଧପୁରର ଏକ ପ୍ୟାଲେସରେ ଉପାସନା ଏବଂ ମୁମ୍ବାଇର ଶିଳ୍ପପତି ଶୁଭ୍ରାଂଶୁ ଶେଖର ବିଶ୍ୱାଳଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଉତ୍ସବରେ ନାମାଦାମୀ ରାଜନେତାଙ୍କ ସମେତ ବଲିଉଡ ଅଭିନେତ୍ରୀ ମଧ୍ୟ ସାମିଲ ହୋଇଥିବା ଜଣାପଡ଼ିଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.