Home Top News ଅପହରଣ.. ଫେରିଲା ସାଙ୍ଗ, କିନ୍ତୁ ଫେରିଲାନି ଲିଜା: ତୁରନ୍ତ ଉଦ୍ଧାର ପାଇଁ ଦାବୀ କଲେ ବିଜେପି...

ଅପହରଣ.. ଫେରିଲା ସାଙ୍ଗ, କିନ୍ତୁ ଫେରିଲାନି ଲିଜା: ତୁରନ୍ତ ଉଦ୍ଧାର ପାଇଁ ଦାବୀ କଲେ ବିଜେପି ନେତ୍ରୀ

118

ଭୁବନେଶ୍ୱର/ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପଟେଲ କଲୋନୀ ଅଞ୍ଚଳରୁ ଜଣେ ୧୬ ବର୍ଷୀୟା ନାବାଳିକା ଅପହୃତ ହୋଇଯାଇଛନ୍ତି। ଅପହୃତ ନାବାଳିକା ଜଣଙ୍କର ମା’ ତୁଳସୀ ଧରୁଆ ଏ’ନେଇ ଥାନାରେ ଅଭିଯୋଗ କରିଥିବା ବେଳେ ଏବଂ ପ୍ରାୟ ମାସେ ହେଲା ନାବାଳିକା ଜଣଙ୍କ ଅପହୃତ ହୋଇଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରିବାରେ ପୋଲିସ୍ ଏ’ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ। ଅଭିଯୋଗ ଅନୁଯାୟୀ ଗତ ପେବୃୟାରୀ ୮ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପଟେଲ କଲୋନୀ ଅଞ୍ଚଳର ଘନଶ୍ୟାମ ଧରୁଆଙ୍କ ୧୬ ବର୍ଷର ନାବାଳିକା ଝିଅ ଲିଜାରାଣୀ ତା’ର ଜଣେ ସାଙ୍ଗ ସହିତ କିଛି ସଉଦା ଆଣିବାକୁ ନିକଟସ୍ଥ ଆମ୍ବପଡ଼ାରେ ଥିବା ଏକ ଦୋକାନକୁ ଯାଇଥିଲା। ଲିଜାରାଣୀଙ୍କ ସାଙ୍ଗ ଫେରିଲେ, କିନ୍ତୁ ଲିଜା ଆଉ ଫେରିଲେ ନାହିଁ। ପରିବାର ଲୋକ ବହୁତ ଖୋଜାଖୋଜି କରିବା ସହିତ ବନ୍ଧୁ ବାନ୍ଧବରେ ପଚାରି ବୁଝି ଝିଅକୁ ପାଇଲେ ନାହିଁ। ଏହାପରେ ଘନଶ୍ୟାମଙ୍କ ପତ୍ନୀ ତୁଳସୀ ଧରୁଆ ଏ’ ନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଏ’ ନେଇ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୬୩ ଅନୁଯାୟୀ ଏକ ମାମଲା ରୃଜୁ ହୋଇଛି। କିନ୍ତୁ, ପ୍ରାୟ ମାସେ ବିତି ଯାଇଥିଲେ ମଧ୍ୟ ଲିଜାଙ୍କୁ ଉଦ୍ଧାର କରିବାରେ ପୋଲିସ୍ ବିଫଳ ହୋଇଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏ’ନେଇ ଉଦବେଗ ପ୍ରକାଶ କରିବା ସହ ନାବାଳିକା ଜଣଙ୍କୁ ଉଦ୍ଧାର କରିବା ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।
[email protected]

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.