Home Top News ଯୋଗୀଙ୍କ ପାଇଁ ବିଜେପି ମହିଳା ମୋର୍ଚ୍ଚାର ବୋଟ୍ ରାଲି ..

ଯୋଗୀଙ୍କ ପାଇଁ ବିଜେପି ମହିଳା ମୋର୍ଚ୍ଚାର ବୋଟ୍ ରାଲି ..

81

ନୂଆଦିଲ୍ଲୀ/ବାରଣାସୀ: ଉତ୍ତରପ୍ରଦେଶରେ ଯୋଗୀ ସରକାର ସପକ୍ଷରେ ପ୍ରଚାର ମୈଦାନକୁ ଓହ୍ଲାଇ ଏକ ଅଭିନବ ଢଙ୍ଗରେ ପ୍ରଚାର ଅଭିଯାନ କରିଛି ବିଜେପି ମହିଳା ମୋର୍ଚ୍ଚା। ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନାଥୀ ଶ୍ରୀନିବାସନଙ୍କ ନେତୃତ୍ୱରେ ବିଜେପି ମହିଲା ମୋର୍ଚ୍ଚା ଏକ ବୋଟ୍ ରାଲି ଆୟୋଜନ କରିଥିଲା। ବିଜେପି ସରକାରର ଉପଲବ୍ଧି ବାବଦରେ ଉତ୍ତରପ୍ରଦେଶର ମହିଳାମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଥିଲା। ଏହି ବୋଟ୍ ରାଲି ମାଧ୍ୟମରେ ବିଜେପି ସରକାରର ସୁଶାସନର ମୂଲ୍ୟ ୧୦ଟି ବୋଟ୍ ମାଧ୍ୟମରେ ପ୍ରତୀକାତ୍ମକ ଭାବରେ ଚିତ୍ରିତ କରାଯାଇଥିଲା। ୧୦ଟି ଉପଲବ୍ଧି ଗୁଡ଼ିକ ହେଲା ସମୃଦ୍ଧତା, ସମ୍ମାନ, ସାକ୍ଷରତା, ସୁରକ୍ଷା, ସଶକ୍ତିକରଣ, ବିଶ୍ୱାସ, ଆତ୍ମନିର୍ଭରଶୀଳତା, ବିକାଶ, ଶକ୍ତି ଏବଂ ସମାନତା।ଏହି ବୋଟ୍ ରାଲି କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନାଥୀ ଶ୍ରୀନିବାସନଙ୍କ ସମେତ ପୂର୍ବତନ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ପୂର୍ବତନ ବିଜେପି ରାଷ୍ଟ୍ରୀୟ ମହାସଚିବ ସରୋଜା ପାଣ୍ଡେ, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ମହାସଚିବ ଦୀପ୍ତି ରାୱତ୍ ଭରଦ୍ୱାଜ, ବିଜେପି ମହିଳା ମୋର୍ଚ୍ଚା ଆଇଟି ସେଲ୍ ରାଷ୍ଟ୍ରୀୟ ପ୍ରଭାରୀ ପ୍ରୀତି ଗାନ୍ଧୀ ଆଦି ସାମିଲ୍ ଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.