Home Top News ଅଭିନେତା ଶ୍ରୀତମ ଦାସ ବିଜେପିର ସିଏମସି ମେୟର ପ୍ରାର୍ଥୀ

ଅଭିନେତା ଶ୍ରୀତମ ଦାସ ବିଜେପିର ସିଏମସି ମେୟର ପ୍ରାର୍ଥୀ

140

କଟକ: ୬/୩ (ଓଡ଼ିଆ ପୁଅ/ ଅଭୟ ଜେନା) ସିଏମସି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ତେବେ ଅଭିନେତା ଶ୍ରୀତମ ଦାସ ଏବେ ବିଜେପିର କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ।

ଅପର ପକ୍ଷରେ କଟକର ମେୟର ପଦବୀ ପାଇଁ କଂଗ୍ରେସ ପକ୍ଷରୁ ଗିରିବାଳା ବେହେରାଙ୍କ ଏବଂ ବିଜେଡି ପକ୍ଷରୁ ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କ ନାମ ମଧ୍ୟ ମେୟର ପ୍ରାର୍ଥୀ ଭାବେ ଉଭୟ ଦଳ ଘୋଷଣା କରିଛନ୍ତି।

ଏବେ ସୁବାସ, ଶ୍ରୀତମ ଏବଂ ଗିରିବାଳାଙ୍କ ମଧ୍ୟରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେବ। ନିଶ୍ଚିତ ହୋଇଛି।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ଓଲିଉଡର ଲୋକପ୍ରିୟ ଅଭିନେତା ଶ୍ରୀତମ୍‌ ଦାସ ବିଜେପିର ଜଣେ ଆଗଧାଡ଼ିର କର୍ମୀ ଭାବେ କାମ କରି ଆସୁଛନ୍ତି। ସେ ମଧ୍ୟ ଓଡ଼ିଆ ସିନେ ଆର୍ଟିଷ୍ଟ ସଙ୍ଘର ସଂପାଦକ ଅଛନ୍ତି। ସେହିପରି ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଦୀର୍ଘଦିନ ଧରି ରାଜନୀତରେ ସକ୍ରିୟ ରହିବା ସହ ରାଜ୍ୟସଭା ସାଂସଦ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ପୂର୍ବତନ କର୍ପୋରେଟର ଭାବେ ମଧ୍ୟ କାର୍ଯ୍ୟ କରି ସାରଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.